ସୁଟିଂରୁ ସମୟ ବାହାର କରି ଏହି ଅଭିନେତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିବାକୁ ପହଞ୍ଚିଲେ ସଲମାନ

ମୁମ୍ବାଇ : ବଲିଉଡ୍‌ର ଦବଙ୍ଗ ଷ୍ଟାର ସଲମାନ ଖାନ୍‌ ଏବେ ନିଜର ଆଗାମୀ ଫିଲ୍ମ ଦବଙ୍ଗ-୩ର ସୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି । ଜୟପୁରରେ ଏବେ ଫିଲ୍ମର ସୁଟିଂ ଚାଲୁଥିବା ବେଳେ ଫିଲ୍ମରୁ ସମୟ ବାହାର କରି ସେ ନିଜ ଭଉଣୀଙ୍କ ହାତରୁ ରାକ୍ଷୀ ବାନ୍ଧିବା ପାଇଁ ପହଞ୍ଚିଥିବା ଦେଖାଯାଇଛି । ଯାହାର କିିଛି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।

salman khan
amarujala.com

ଅଭିନେତ୍ରୀ ବୀଣା କାକ୍‌ ଅନେକ ଫିଲ୍ମରେ ସଲମାନଙ୍କ ମା’ ଭୂମିକାରେ ନଜର ଆସିଛନ୍ତି । କିନ୍ତୁ ଅସଲ ଜୀବନରେ ସେ ସଲମାନଙ୍କୁ ନିଜ ଭାଇ ବୋଲି ଭାବିବା ସହ ପ୍ରତି ବର୍ଷ ରାକ୍ଷୀ ବାନ୍ଧି ଆସିଛନ୍ତି । ଏବେ ସେ ଜୟପୁରରେ ଥିବା ବେଳେ ସଲମାନ ନିଜ ସୁଟିଂକୁ କିଛି ସମୟ ଅଟକାଇ ବୀଣାଙ୍କ ଘରେ ପହଞ୍ଚିଥିଲେ । ସେଠାରେ ବୀଣାଙ୍କ ହାତରୁ ରାକ୍ଷୀ ବାନ୍ଧି ସେ ସୁଟିଂକୁ ଫେରିଥିଲେ । ବୀଣା ସଲମାନଙ୍କ ସହ ନିଜ ଇନ୍‌ଷ୍ଟାରେ ଫଟୋ ସେୟାର କରିବା ସହ, ଜୟପୁର ଘରେ ରାକ୍ଷୀ ପାଳନ…….. ପୁଅ ଭଳି ଭାଇ ପାଇ ମୁଁ ବହୁତ ଖୁସି ବୋଲି ଲେଖିଥିଲେ ।

ସମ୍ବନ୍ଧିତ ଖବର