ମୁମ୍ବାଇ : ଯଦି ବଲିଉଡ୍ର ସୁପରଷ୍ଟାର ଦବଙ୍ଗ ଖାନ୍ ଆପଣଙ୍କ ଫଟୋ ଉଠାନ୍ତି ତେବେ ଆପଣଙ୍କୁ କେମିତି ଲାଗିବ? ଏ କଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚୟ । ସଲମାନ ଅଭିନୟ ଛାଡ଼ି କ’ଣ ପାଇଁ ଫଟୋଗ୍ରାଫିରେ ମନ ଦେଲେଣି ତାହାକୁ ନେଇ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ନିଶ୍ଚୟ । ତେବେ ସୁନୀଲ ଗ୍ରୋଭର କରିଥିବା ଟ୍ଵିଟ୍ରୁ ଏହା ସ୍ପଷ୍ଟ ହୋଇଛି କି ସଲମାନଙ୍କ ଉପରେ ଏବେ ଫଟୋଗ୍ରାଫି ନିଶା ଚଢ଼ିିଛି। ସେଥିପାଇଁ ସେ ସୁନୀଲଙ୍କୁ ମଡ଼େଲ କରି ଠିଆ କରିବା ସହ ତାଙ୍କର ଫଟୋ ଉଠାଉଥିବାର ଦେଖା ଯାଇଛି । ସୁନୀଲ ଟ୍ଵିଟ୍ କରିଥିବା ଫଟୋରେ ସଲମାନ କ୍ୟାମେରାଧାରୀ ସୁନୀଲଙ୍କ ଫଟୋ ଉଠାଉଥିବାର ଦେଖା ଯାଇଛି ।
Ahem ahem.. soon posting the final pictures. As they come. Don’t keep looking at the photographer only! Btw location is Malta…Shooting for the film Bharat …ya…😎 photographer’s photo courtesy Atul Sir. @atulreellife @BeingSalmanKhan pic.twitter.com/szmCycbtG1
— Sunil Grover (@WhoSunilGrover) August 17, 2018
ସୁନୀଲ ଏଥିରେ ସଲମାନଙ୍କ ଅନ୍ଦାଜରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ‘ଭାରତ’ ସୁଟିଂ ସମୟରେ ସଲମାନ ଏବଂ ସୁନୀଲ ସୁଟିଂରୁ ସମୟ ବାହାର କରି ଏଭଳି ମସ୍ତି କରୁଥିବାର ଦେଖିବାକୁ ମିଳିଥିଲା, ଯାହାର ଫଟୋ ଟ୍ଵିଟରରେ ପୋଷ୍ଟ ହେବା ପରେ ଏବେ ତାହା ଭାଇରାଲ ହେବାରେ ଲାଗିଛି ।