ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣା : ସଲମାନଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିବାକୁ ଆଦେଶ ଦେଲେ ଅଦାଲତ

ମୁମ୍ବାଇ : ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ ବିବାଦରେ ଛନ୍ଦି ହେବା କିଛି ନୂଆ କଥା ନୁହେଁ । ଅନେକ ସମୟରେ ତାଙ୍କୁ ନେଇ ବିଭିନ୍ନ ପ୍ରକାରର ବିବାଦ ଦେଖାଯାଇଥାଏ । ଗତ ଜୁନ୍‌ ମାସରେ ଜଣେ ସାମ୍ବାଦିକ ସଲମାନ ଓ ତାଙ୍କ ସୁରକ୍ଷାକର୍ମୀଙ୍କ ଉପରେ ମାର୍‌ପିଟ୍‌ର ଅଭିଯୋଗ ଆଣିଥିଲେ । ଦୁହେଁ ପୀଡ଼ିତଙ୍କୁ ବିଚ୍‌ ରାସ୍ତାରେ ମାଡ଼ ମାରିବା ସହ ଧମକାଇଥିଲେ ବୋଲି କହି ଏତଲା ରୁଜୁ କରିଥିଲେ ସାମ୍ବାଦିକ । ସାମ୍ବାଦିକଙ୍କ ନାଁ ଅଶୋକ ପାଣ୍ଡେ ବୋଲି ଜଣା ପଡ଼ିଥିବା ବେଳେ ସେ ଜେକେ୨୪x୭ନିଉଜ୍‌ ଚ୍ୟାନେଲର ମୁଖ୍ୟ ବୋଲି ଜଣା ପଡ଼ିଛି ।

Republic World

ଏବେ ଏହି ମାମଲା ଉପରେ ଶୁଣାଣି କରି ଅନ୍ଧେରୀରେ ଥିବା ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ ଅଦାଲତ ମୁମ୍ବାଇ ପୁଲିସକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ କରି ଅକ୍ଟୋବର ୧୪ସୁଧା ରିପୋର୍ଟ ଦେବାକୁ ପୁଲିସକୁ ଆଦେଶ ଦେଇଛନ୍ତି ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ ଅଦାଲତ । ସୂଚନା ମୁତାବକ, ଏପ୍ରିଲ ୨୪ରେ ସଲମାନ ସାଇକେଲ ଚଳାଉଥିବା ବେଳେ ଅଶୋକ ପାଣ୍ଡେ ଏହାକୁ ସୁଟ୍‌ କରିବାକୁ ଚେଷ୍ଟା କରିଥିଲେ । ଯାହା ପରେ ସଲମାନ ଓ ତାଙ୍କ ସୁରକ୍ଷାକର୍ମୀ ଅଶୋକ ପାଣ୍ଡେଙ୍କୁ ମାଡ଼ ମାରିଥିଲେ ।

ସମ୍ବନ୍ଧିତ ଖବର