ସୁନୀଲ ଗ୍ରୋଭରଙ୍କ ପରେ କପିଲଙ୍କୁ ଏହି ଫିଲ୍ମରେ ସୁଯୋଗ ଦେବେ ସଲମାନ ଖାନ୍‌

ମୁମ୍ବାଇ : ହାସ୍ୟ ଅଭିନେତା ସୁନୀଲ ଗ୍ରୋଭରଙ୍କୁ ଫିଲ୍ମ ‘ଭାରତ’ରେ ଦବଙ୍ଗ ଷ୍ଟାର ସଲମାନ ଖାନ୍‌ ସୁଯୋଗ ଦେବା ପରେ ଏବେ କପିଲ ଶର୍ମାଙ୍କୁ ନିଜ ଫିଲ୍ମରେ ସୁଯୋଗ ଦେବା ପାଇଁ ଯାଉଥିବା ଜଣା ପଡ଼ିଛି । କପିଲଙ୍କ କମେଡି ସୋ’ର ପ୍ରଯୋଜନା ଦାୟିତ୍ୱ ତୁଲାଇବା ପରେ ଏବେ ସଲମାନ ନିଜର ଆଗାମୀ ଫିଲ୍ମ ‘ଶେର୍‌ଖାନ୍‌’ରେ କପିଲଙ୍କୁ ସୁଯୋଗ ଦେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

ସୋହେଲ ଖାନ୍‌ ନିର୍ମାଣ କରୁଥିବା ଫିଲ୍ମ ‘ଶେରଖାନ୍‌’ ଅନେକ ଦିନ ହେଲା ଅଟକି ରହିଥିଲା । ସ୍କ୍ରିପ୍ଟକୁ ନେଇ ସମସ୍ୟା ଥିବାରୁ ଫିଲ୍ମଟି ଅଟକି ରହିଥିବା ବେଳେ ଏବେ ସ୍କ୍ରିପ୍ଟ ପୂରା ହୋଇ ସାରିଥିବା ଜଣା ପଡ଼ିଛି । ସ୍କ୍ରିପ୍ଟ ପୂରା ହେବା ପରେ ସଲମାନ ଫିଲ୍ମକୁ ନେଇ କାମ କରିବା ଆରମ୍ଭ କରିଛନ୍ତି ।

Deccan Chronicle

ସୂଚନା ମୁତାବକ, କମେଡି ସର୍କସରେ କପିଲ ପ୍ରତିଯୋଗୀ ଥିବା ବେଳେ ସୋହେଲ ତାଙ୍କୁ ନିଜ ଫିଲ୍ମ ‘ଶେର୍‌ଖାନ୍‌’ରେ ନେବା ପାଇଁ ପ୍ରତିଶୃତି ଦେଇଥିଲେ । ଏବେ ଫିଲ୍ମ ଆରମ୍ଭ ହେବାକୁ ଯାଉଥିବା ବେଳେ କପିଲ ଏଥିରେ ନିଶ୍ଚୟ ନଜର ଆସି ପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

ସମ୍ବନ୍ଧିତ ଖବର