ସଲମାନଙ୍କୁ ମିଳିଗଲା ତାଙ୍କ ଭାଲେଣ୍ଟାଇନ: ଭିଡିିଓରେ କଲେ ଖୁଲାସା

ନୂଆଦିଲ୍ଲୀ : ସମସ୍ତଙ୍କ ମନରେ ପ୍ରଶ୍ନ ସଲମାନ ଖାନ କେବେ କରିବେ ବିବାହ । ତେବେ ସଲମାନ ନିଜେ ଏକ ଭିଡ଼ିଓ ଜରିଆରେ ପ୍ରକାଶ କରିଛନ୍ତି ଯେ ଏଥର ତାଙ୍କୁ ତାଙ୍କର ଭାଲେଣ୍ଟାଇନ୍‌ ମିଳି ଯାଇଛନ୍ତି । ବର୍ତ୍ତମାନ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରେସ ୩’ର ସୁଟିଂରେ ବ୍ୟସ୍ତ ଥିବା ସଲମାନ ଗତ କାଲି ଭାଲେଣ୍ଟାଇନ୍‌ ଡେ ଅବସରରେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ସେୟାର କରିଥିଲେ । ତେବେ ଆସନ୍ତୁ ଜାଣିବା କିଏ ସଲୁ ଭାଇଙ୍କରଭାଲେଣ୍ଟାଇନ୍‌।

India Today

ସଲମାନ ‘ରେସ ୩’ ପାଇଁ ଅଭିନେତ୍ରୀ ଜାକଲିନ ଫାର୍ଣ୍ଣାଣ୍ଡିଜଙ୍କ ସହ ସୁଟିଂରେ ବ୍ୟସ୍ତ ରହିଛନ୍ତି । ତାଙ୍କର ବର୍ତ୍ତମାନ ବ୍ୟାଙ୍ଗ୍‌କକ୍‌ ରେ ସୁଟିଂ ଚାଲିଛି। ଏଠାରେ ସଲମାନଙ୍କୁ ତାଙ୍କର ଭାଲେଣ୍ଟାଇନ୍‌ ମିଳିଯାଇଛନ୍ତି । ଏନେଇ ସେ ଏକ ଭିଡ଼ିଓ ପ୍ରସ୍ତୁତ କରି ସୋସିଆଲ ମିଡ଼ିଆରେ ଅପ୍‌ଲୋଡ୍‌ ମଧ୍ୟ କରିଛନ୍ତି। ଭିଡ଼ିଓରେ ସଲମାନ ‘ମତେ ଭାଲେଣ୍ଟାଇନ୍‌ ମିଳିଗଲା’ ବୋଲି କହୁଥିବାର ଦେଖାଯାଉଛନ୍ତି। ପରେ ପାଖରେ ବସିଥିବା ଜାକଲିନ ନିଜକୁ ସଲମାନ୍‍ଙ୍କ ଭାଲେଣ୍ଟାଇନ୍‌ ଭାବି ଖୁସି ହୋଇଥିବା ବେଳେ ସବୁବେଳେ ମଜାକ କରୁଥିବା ସଲମାନ ଖଜୁରୀକୁ ତାଙ୍କର ଭାଲେଣ୍ଟାଇନ୍‌ ବୋଲି କହିଥିଲେ। ଏହା ଶୁଣି ଜାକଲିନଙ୍କ ମନ ଦୁଃଖ ହୋଇଯାଇଥିଲା ।

ସବୁବେଳେ ମଜାକ କରୁଥିବା ସଲମାନ କିଛି ଦିନ ପୂର୍ବେ ଟ୍ଵିଟରରେ “ମତେ ଝିଅ ମିଳିଗଲା” ପୋଷ୍ଟ କରିଥିଲେ । ପରେ ଜଣାପଡ଼ିଥିଲା ସେ ତାଙ୍କ ଭିଣୋଇ ଆୟୁଷ ଶର୍ମାଙ୍କର ଆଗାମୀ ଚଳଚ୍ଚିତ୍ର ପାଇଁ ଅଭିନେତ୍ରୀ ମିଳିଗଲା ବୋଲି କହିଥିଲେ । ବର୍ତ୍ତମାନ ରେମୋ ଡ଼ିସୁଜାଙ୍କ ନିର୍ଦ୍ଦେଶିତ ‘ରେସ ୩’ ର ସୁଟିଂରେ ବ୍ୟସ୍ତ ରହିଛନ୍ତି ବଲିଉଡ଼ର ଭାଇଜାନ ।

ସମ୍ବନ୍ଧିତ ଖବର