ଏକା ସାଙ୍ଗରେ ୪ଟି ରେଞ୍ଜ୍‌ ରୋଭର କାର୍‌ କିଣିଲେ ଦବଙ୍ଗ ଷ୍ଟାର ସଲମାନ୍‌, ୩ ଖାସ୍‌ ଲୋକଙ୍କୁ ଉପହାରରେ ଦେଲେ କାର୍‌

ମୁମ୍ବାଇ : ବଲିଉଡ୍‌ର ଦବଙ୍ଗ ସଲମାନ୍‌ ଖାନ୍‌ ଏବେ ଏକା ସାଙ୍ଗରେ ୪ଟି ରେଞ୍ଜ୍‌ ରୋଭର କାର୍‌ କିଣି ଚର୍ଚ୍ଚାରେ ରହିଛନ୍ତି । ଗୋଟେ ଗାଡ଼ିର ଦାମ୍‌ ୫୦ଲକ୍ଷ ଟଙ୍କା ରହିଥିବା ବେଳେ ଏକା ସାଙ୍ଗରେ ୪ଟି କାର୍‌ ସଲମାନ୍‌ କ’ଣ ପାଇଁ କିଣିଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ୪ଟି କାର୍‌ ମଧ୍ୟରୁ ସଲମାନ ଗୋଟେ ନିଜ ପାଇଁ କିଣିଥିବା ବେଳେ ଅନ୍ୟ ୩ଟି କାର୍‌ ସେ ଉପହାରରେ ଦେବା ପାଇଁ କିଣିଥିବା ଜଣା ପଡ଼ିଛି । ଆଜ୍ଞା ହଁ! ସଲମାନ୍‌ ଗୋଟେ କାର୍‌ ଭାଇ ଆରବାଜ୍‌, ଗୋଟେ କାର୍‌ ଭଉଣୀ ଅର୍ପିତା ଏବଂ ଗୋଟେ କାର୍‌ ତାଙ୍କ ସହ-କଳାକାର କ୍ୟାଟ୍ରିନା କୈଫ୍‌ଙ୍କୁ ଉପହାରରେ ଦେଇଥିବା ଜଣା ପଡ଼ିଛି ।

filmfare.com

ସୂଚନା ମୁତାବକ, କ୍ୟାଟ୍ରିନା ସଲମାନଙ୍କୁ ଅସୁବିଧା ସମୟରେ ସାହାଯ୍ୟ କରିଥିବାରୁ, ତାଙ୍କୁ ଏହି ଉପହାର ଦେଇଛନ୍ତି ସଲମାନ୍‌ । ପ୍ରଥମେ ଫିଲ୍ମ ‘ଭାରତ’ ପାଇଁ ପ୍ରିୟଙ୍କା ଚୋପ୍ରାଙ୍କୁ ମନୋନିତ କରାଯାଇଥିବା ବେଳେ ପରେ ସେ ଫିଲ୍ମ କରିବାକୁ ମନା କରି ଦେଇଥିଲେ । ଯାହା ପରେ ସଲମାନ ଫିଲ୍ମର ଅଫର କ୍ୟାଟ୍ରିନାଙ୍କୁ ଦିଆଯାଉ ବୋଲି କହିଥିଲେ । ଫିଲ୍ମର ଅଫର ପାଇବା ପରେ କ୍ୟାଟ୍ରିନା ତୁରନ୍ତ ହଁ ଭରିବା ସହ ସଲମାନଙ୍କ ଚିନ୍ତା ଦୂର ହୋଇଥିଲା । ସଲମାନ୍‌ଙ୍କ ପାଇଁ ସେ ‘ଏବିସିଡି-୩’ ଫିଲ୍ମ ମଧ୍ୟ ଛାଡ଼ି ଦେଇଥିଲେ । କ୍ୟାଟ୍ରିନା ଏତେ ସବୁ କରିବା ପରେ ସଲମାନ ତାଙ୍କୁ ଧନ୍ୟବାଦ୍‌ ଜଣାଇବା ପାଇଁ ଏହି ଉପହାର ଦେଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର