ସଲମାନ୍‌ ଖାନଙ୍କ ବାୟୋପିକରେ ବରୁଣ ଧଓ୍ଵନ !

ମୁମ୍ବାଇ: ବଲିଉଡର ଲୋକପ୍ରିୟ ହିରୋ ବରୁଣ ଧଓ୍ଵନ କ’ଣ ସଲମାନ୍‌ ଖାନଙ୍କ ବାୟୋପିକରେ କାମ କରିବେ? ଏ ପ୍ରଶ୍ନ ବରୁଣଙ୍କୁ ପଚରାଯାଇଥିଲା। ଏହାର ଉତ୍ତରରେ ଜାଣନ୍ତି ସେ କ’ଣ କହିଥିଲେ। ସଲମାନ୍‌ ଖାନ୍‌ ଜେଲରୁ ମୁକୁଳିବାପରେ ମୁମ୍ବାଇରେ ନିଜ ଘରେ ପହଞ୍ଚିବାପରେ ଅନେକ ସେଲିବ୍ରିଟି ତାଙ୍କୁ ଭେଟିଥିଲେ। ଏଥିମଧ୍ୟରେ ବରୁଣ ଧଓ୍ଵନ୍‌ ବି ଥିଲେ। ଏବେ ସଲମାନ୍‌ ଖାନଙ୍କର ଜୀବନ ଯେଉଁଭଳି ଗତି କରୁଛି ତାକୁ ଦେଖିଲେ ଲାଗୁଛି କି ତାଙ୍କର ଜୀବନ ଉପରେ ଭଲ ସିନେମା ତିଆରି ହୋଇ ପାରିବ।

photo-navbharattimes

ଯଦି ସେଭଳି ସିନେମା ତିଆରି ହୁଏ ତେବେ ସେଥିିରେ ସଲମାନ୍‌ ଖାନ୍‌ଙ୍କ ରୋଲ୍‌ ଲାଗି ସବୁଠାରୁ ଫିଟ୍‌ ହେବେ ବରୁଣ ଧଓ୍ଵନ ବୋଲି ଚର୍ଚ୍ଚା ହେଉଛି। ଏ ସଂପର୍କରେ ଯେତେବେଳେ ସାମ୍ବାଦିକମାନେ ବରୁଣଙ୍କୁ ପ୍ରଶ୍ନ କଲେ ସେ କହିଲେ ଯେ ଏହି ରୋଲ କରିବାପାଇଁ ତାଙ୍କର ବୟସ ହୋଇ ନାହିଁ। ସଲମାନଙ୍କ ବାୟୋପିକରେ ନିଜେ ସଲମାନ୍‌ ହିଁ ଅଭିନୟ କଲେ ଭଲ।ଏଠାରେ ସୂଚନାଯୋଗ୍ୟ ଯେ ବରୁଣ ଧଓ୍ଵନଙ୍କ ଅଭିନୀତ ‘ଅକ୍ଟୋବର୍‌’ ଏପ୍ରିଲ ୧୩ ତାରିଖରେ ପରଦାକୁ ଆସିବ। ନବାଗତା ବନିତା ସନ୍ଧୁ ଏଥିରେ ନାୟିକା ବନିଥିବା ଜଣାଯାଇଛି। ସୁଜିତ୍‌ ସରକାର ଏହାରନିର୍ଦ୍ଦେଶକ।

ସମ୍ବନ୍ଧିତ ଖବର