ମୁମ୍ବାଇ: ପୁଣି ଥରେ ଦର୍ଶକଙ୍କର ଜବରଦସ୍ତ ମନୋରଞ୍ଜନ କରାଇବେ ସଲମାନ ଖାନ୍। ଲୋକପ୍ରିୟ ଚୁଲ୍ବୁଲ୍ ପାଣ୍ଡେ ଚରିତ୍ରରେ ‘ଦବଙ୍ଗ୍-୩’ରେ ଆସୁଛନ୍ତି ସିପର୍ଷ୍ଟାର୍ ଦବଙ୍ଗବୟ।
ସଲମାନଙ୍କ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଏକ ପୋଷ୍ଟ୍ କରି ଲେଖିଛନ୍ତି, ‘ଆସୁଛି ଚୁଲ୍ବୁଲ୍ ରବିନ୍ହୁଡ୍ ପାଣ୍ଡେ। ଠିକ୍ ୧୦୦ ଦିନ ପରେ। ଆମତ ସ୍ୱାଗତ ତ କର।’ ‘ଦବଙ୍ଗ-୩’ ରିଲିଜ୍ ହେବାକୁ ଆଉ ମାତ୍ର ୧୦୦ ଦିନ ରହିଲା ବୋଲି ସଲମାନ ଇନ୍ଷ୍ଟା ପୋଷ୍ଟ୍ ଜରିଆରେ ତାଙ୍କ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି।
ଜାଣିରଖନ୍ତୁ ଯେ ୪ଟି ଭିନ୍ନ ଭାଷାରେ ଏହି ଚଳଚ୍ଚିତ୍ରଟି ପ୍ରେକ୍ଷାଳୟରେ ହଲ୍ଳା ମଚାଇବ। ହିନ୍ଦୀ, ତାମିଲ୍, ତେଲ୍ଗୁ ଓ କାନ୍ନାଡା ଭାଷାରେ ବୋବାଲ୍ କରିବେ ଦବଙ୍ଗବୟ।
ସଲମାନଙ୍କ ଏହି ଇନ୍ଷ୍ଟା ପୋଷ୍ଟ୍ ପରେ ସୋସିଆଲ୍ ମିଡିଆରେ ଛାଇବାରେ ଲାଗିଛି #୧୦୦ଡେଜ୍ଟୁଦବଙ୍ଗ୩। ‘ଦବଙ୍ଗ’ ଓ ‘ଦବଙ୍ଗ୨’ ଅନେକ ସଫଳତା ପାଇଛି ଯେତେବେଳେ ସଲମାନଙ୍କ ଅଭିନୀତ ଏହି ଚଳଚ୍ଚିତ୍ରର ତୃତୀୟ ସଂସ୍କରଣଟି ବି ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା ରହିଛି।