ଜନ୍ମଦିନରେ ସଲମାନ ଖାନଙ୍କୁ ମିଳିପାରେ ବଡ଼ ଉପହାର ! ପୁଣିଥରେ ହୋଇପାରନ୍ତି ମାମୁଁ

ମୁମ୍ବାଇ: ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନ ଶର୍ମା ଏବଂ ଆୟୁଷ ଶର୍ମା ବଡ ଧୁମଧାମରେ ପଞ୍ଚମ ବିବାହ ବାର୍ଷିକୀ ପାଳନ କରିଛନ୍ତି । ଅର୍ପିତାଙ୍କ ପୁଅ ଆହିଲଙ୍କ ସହିତ ସଲମାନ ଖାନଙ୍କର ଖୁବ ଖାସ ସମ୍ପର୍କ ରହିଛି । ଏବେ ଆହିଲ ବଡ ଭାଇ ହେବାକୁ ଯାଉଛନ୍ତି । ସଲମାନଙ୍କ ଜନ୍ମଦିନ ପାଇଁ ଏହା ଏକ ବଡ ଉପହାର ହେବ ବୋଲି ଆଶା କରାଯାଉଛି । ଅର୍ପିତା ଏବଂ ଆୟୁଷ ଏବେ ଦ୍ୱିତୀୟ ଛୁଆକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।

ଆହିଲଙ୍କ ସହିତ କପଲ ମାଲଦୀପ ଯାଇ ଛୁଟି ମଧ୍ୟ ନିକଟରେ କଟାଇଥିଲେ । ଖବର ଅନୁସାରେ ଆଗାମୀ ମାସରେ ଅର୍ପିତାଙ୍କ ଡେଲିଭରୀ ହେବ ବୋଲି ଖବର ଆସିଛି ।

ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, ଅର୍ପିତା ସଲମାନଙ୍କ ଜନ୍ମଦିନ ଅର୍ଥାତ ୨୭ ଡିସେମ୍ବରରେ ଶିଶୁକୁ ଜନ୍ମ ଦେଇପାରନ୍ତି । ଏପରିକି ଅର୍ପିତା ସୁପରଷ୍ଟାର ସଲମାନଙ୍କ ଜନ୍ମଦିନରେ ହିଁ ହସ୍ପିଟାଲରେ ପ୍ରସୂତି ପାଇଁ ବୁକିଂ କରିସାରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ସଲମାନ ଜନ୍ମଦିନର ଏହି ଖାସ ଉପହାର ପାଇଁ କେତେ ଉତ୍ସାହିତ ଅଛନ୍ତି ।

ସମ୍ବନ୍ଧିତ ଖବର