ବିବାହ ନ କରି ସରୋଗେସୀ ଜରିଆରେ ବାପା ହେବାର ଯୋଜନା କଲେଣି ସଲମାନ୍‌

ମୁମ୍ବାଇ : ବଲିଉଡ୍‌ ଓ  ପ୍ରଶଂସକମାନଙ୍କ ମଧ୍ୟରେ ସବୁବେଳେ ସଲମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଥାଏ । ବିବାହ କେବେ କରିବେ ବା କାହିଁକି କରୁ ନାହାନ୍ତି ବୋଲି ଅନେକ ପ୍ରକାରର କାରଣ ସାମ୍ନାକୁ ଆସି ସାରିଥିବା ବେଳେ ପ୍ରକୃତରେ ବିବାହ ନ କରିବା ପଛର କାରଣ କ’ଣ ତାହା ସ୍ପଷ୍ଟ ହୋଇ ପାରି ନାହିଁ । ବିବାହ କରିବା ନ କରିବା ମଧ୍ୟରେ ଏବେ ସଲମାନଙ୍କୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିବାହ ନ କରି ସଲମାନ ବାପା ହେବାକୁ ଇଚ୍ଛା କଲେଣି ବୋଲି ସୂଚନା ମିଳିଛି ।

aajtak.intoday.in

ଟାଇମ୍ସ ଅଫ୍‌ ଇଣ୍ଡିଆ ନିଜର ଏକ ରିପୋର୍ଟରେ ଏହି ଦାବି କରିଛି । ରିପୋର୍ଟରେ ବିବାହ ନ କରି ସରୋଗେସୀ ମାଧ୍ୟମରେ ସଲମାନ ବାପା ହେବାକୁ ଯୋଜନା କରୁଥିବା ଲେଖାଯାଇଛି । ତେବେ ଏହା ତ ସମସ୍ତଙ୍କୁ ଜଣା ଯେ, ସଲମାନ ପିଲାମାନଙ୍କୁ କେତେ ପସନ୍ଦ କରନ୍ତି । କିନ୍ତୁ ଏହି ଖବରରେ କେତେ ସତ୍ୟତା ରହିଛି, ତାହା ଭାବିଷ୍ୟତରେ ଜଣାପଡ଼ିବ ।

ସମ୍ବନ୍ଧିତ ଖବର