ସଲମାନ୍‌ଙ୍କ ପାଇଁ ସତର୍କ ଘଣ୍ଟି : ୧୦ଦିନ ମଧ୍ୟରେ ୩୦୦କୋଟି ରୋଜଗାର କରି ପାରିଲାନି ‘ରେସ୍‌-୩’

ମୁମ୍ବାଇ : ପ୍ରତିବର୍ଷ ଇଦ୍‌ରେ ନିଜ ପ୍ରଶଂସକମାନଙ୍କୁ ନୂଆ ନୂଆ ଫିଲ୍ମ ଭେଟି ଦେଇଥାନ୍ତି ସଲମାନ ଖାନ୍‌। ଇଦ୍‌କୁ ପାଳନ କରିବା ପାଇଁ ଲୋକମାନେ ସଲମାନ୍‌ଙ୍କ ଫିଲ୍ମକୁ ଅନାଇ ବସିଥାନ୍ତି । ପ୍ରତି ଥର ଭଳି ଏଥର ମଧ୍ୟ ସଲମାନଙ୍କ ଫିଲ୍ମ ବକ୍ସ ଅଫିସରେ ଧମାଲ କରିବ ବୋଲି ତାଙ୍କ ପ୍ରଶଂସକମାନେ ଭାବୁଥିବା ବେଳେ ତାହାର ଠିକ୍‌ ଓଲଟା ଘଟିଛି । ଚଳିତ ବର୍ଷ ରିଲିଜ ହୋଇଥିବା ସଲମାନଙ୍କ ଅଭିନୀତ ଫିଲ୍ମ ‘ରେସ୍‌-୩’ ଦର୍ଶକଙ୍କୁ ଏତେଟା ପସନ୍ଦ ଆସି ନ ଥିବା ଦେଖିବାକୁ ମିଳିଛି ।

Bollymoviereviewz

ପ୍ରଥମ ଥର ପାଇଁ ସଲମାନ୍‌ ରେସ୍‌ ଭେନ୍‌ଚ୍ୟୁରରେ ସାମିଲ ହୋଇଥିବା ବେଳେ ଏହି ପଦକ୍ଷେପ ତାଙ୍କର ଭୁଲ୍‌ ଥିଲା ବୋଲି ସେ ଭାବିବା ଆରମ୍ଭ କରିଛନ୍ତି । ଫିଲ୍ମର କାହାଣୀ ଏବଂ ଆକ୍ସନ୍‌ ଦୃଶ୍ୟଗୁଡ଼ିକ କାହାକୁ ପସନ୍ଦ ନ ଆସିଥିବା ବେଳେ ୧୦ଦିନ ମଧ୍ୟରେ ଏହି ଫିଲ୍ମ ୩୦୦କୋଟି ରୋଜଗାର କରି ପାରିନାହିଁ । ସମୀକ୍ଷକମାନେ ଏହା ସଲମାନଙ୍କ ପାଇଁ ସତର୍କ ଘଣ୍ଟି ବୋଲି କହିଛନ୍ତି । ଆଗକୁ ସଲମାନ ଫିଲ୍ମ କରିବା ପୂର୍ବରୁ ଫିଲ୍ମର କାହାଣୀକୁ ନେଇ ଭଲ ଭାବରେ ଚିନ୍ତା କରିବାକୁ ହେବ ବୋଲି ସମୀକ୍ଷକମାନେ କହିବା ଆରମ୍ଭ କରିଛନ୍ତି । ଏ ପର୍ଯ୍ୟନ୍ତ ସଲମାନଙ୍କ ଫିଲ୍ମ କେବଳ ୨.୫୦ କୋଟି ଟଙ୍କା ଆୟ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର