ଭୁବନେଶ୍ୱର : ଓଲିଉଡର ରଜ ବଜାର ସରଗରମ ହେଲାଣି। ଏଥିପାଇଁ ଓଲିଉଡରେ ପ୍ରଯୋଜକ, ବିତରକ ଓ ପ୍ରେକ୍ଷାଳୟ ମାଲିକମାନେ ରଜ ବଜାରରେ କେଉଁ ସିନେମା, କେଉଁ ହଲରେ ରିଲିଜ୍ କରିବେ, ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି।
ହେଲେ ତା’ ଭିତରେ ଗୋଟିଏ ଚିନ୍ତା ଘାରିଛି ଓଲିଉଡବାଲାଙ୍କୁ। ତାହା ହେଲା ଯେ, ଏଥର ରଜ ବଜାରରେ ଦୁଇଟି ଓଡ଼ିଆ ସିନେମା ପରଦାକୁ ଆସିବ ବୋଲି କୁହାଯାଉଛି। କିନ୍ତୁ ସେହି ରଜ ଅବସରରେ ଏକ ବିଗ୍ ବଜେଟ୍ ଫିଲ୍ମ ‘ରେସ୍-ଥ୍ରି’ ରିଲିଜ୍ ହେଉଛି।
ଦବଙ୍ଗ ଷ୍ଟାର ସଲମାନ୍ ଖାନଙ୍କ ଅଭିନୀତ ‘ରେସ୍ ଥ୍ରି’ ଏକ ମଲଟିଷ୍ଟାରର୍। ଏଥିରେ ସଲମାନଙ୍କ ବ୍ୟତୀତ ଅନୀଲ କପୁର, ବନି ଦେଓଲ, ସାକିବ୍ ସଲିମ୍, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଓ ଡେଜି ଇରାନି ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ଏହା ଏକ ଜବରଦସ୍ତ ଆକସନ୍ ଫିଲ୍ମ। ଏହାର ଓଡ଼ିଶାରେ ବି ରିଲିଜ୍ ଆଗରୁ କ୍ରେଜ୍ ରହିଛି।
/sambad/media/post_attachments/wp-content/uploads/2018/05/Sundargarh-Ra-Salman-Khan-First-Look-2018-ghy-300x123.jpg)
‘ରେସ୍-ଥ୍ରି’କୁ ସାମ୍ନା କରିବାକୁ କେତେ ଦୂର ସକ୍ଷମ ହେବ ରଜରେ ରିଲିଜ୍ ହେବାକୁ ଥିବା ଦୁଇଟି ଓଡ଼ିଆ ସିନେମା ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’ ଓ ‘ଫୋର୍ ଇଡିଅଟ୍ସ’। ତା’ଛଡ଼ା ଏ ଦୁଇ ସିନେମାକୁ ଓଡ଼ିଶାକୁ କେତୋଟି ହଲ ମିଳିବ। କାରଣ ‘ରେସ୍ ଥ୍ରି’ ନିହାତି କମ୍ରେ ଓଡ଼ିଶାରେ ଥିବା ଅଧାରୁ ଅଧିକ ସିନେମା ହଲରେ ରିଲିଜ୍ ହେବ। ଏଭଳି ସ୍ଥିତିରେ ରଜ ବଜାରରେ ଓଡ଼ିଆ ସିନେମାର ବେପାର କାଳେ ମାନ୍ଦା ହୋଇଯିବ, ତାକୁ ନେଇ ଚିନ୍ତାରେ ଅଛନ୍ତି ପ୍ରଯୋଜକ ଓ ବିତରକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/race-3-film.jpg)