ଏହି କାରଣ ପାଇଁ ନିଜ ପୁରୁଣା ପ୍ରେମିକାଙ୍କ ସାଥ୍‌ ଛାଡ଼ନ୍ତି ନାହିଁ ସଲମାନ

ମୁମ୍ବାଇ : ଗତ ଶୁକ୍ରବାର ସବୁଠାରୁ ଚର୍ଚ୍ଚିତ ରିୟାଲିଟି ସୋ’ ନଚ୍‌ ବଲିଏ-୯ ଆରମ୍ଭ ହୋଇ ଯାଇଛି । ପ୍ରତିଯୋଗୀମାନେ ନିଜ ନିଜର ସାଥୀ ସହ ସୋ’ରେ ଏଣ୍ଟ୍ରୀ ମାରି ସାରିଛନ୍ତି । ତେବେ ସବୁ ବର୍ଷଠାରୁ ଚଳିତ ବର୍ଷ ସୋ’ର ଥିମ୍‌ ଟିକେ ଅଲଗା ରହିଛି । ସୋ’ର ପ୍ରଯୋଜନା ଦବଙ୍ଗ ଖାନ୍‌ ସଲମାନ କରୁଥିବା ବେଳେ ଏହାର ଥିମ୍‌ ମଧ୍ୟ ସେ ହିଁ ରଖିଛନ୍ତି । ପ୍ରତିଯୋଗୀମାନେ ନିଜ ନିଜ ସ୍ୱାମୀଙ୍କ ସହ ଏଥିରେ ଯୋଗ ଦେଇଥିବା ବେଳେ କିଛି ପ୍ରତିଯୋଗୀ ନିଜର ପୂର୍ବ ପ୍ରେମିକଙ୍କ ସହ ଏଥିରେ ଯୋଗ ଦେଇଛନ୍ତି । ଏଭଳି ଥିମ୍‌ ପ୍ରଥମେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଏହା ସୋ’ର ଟିଆର୍‌ପି ବଢ଼ାଇବ ବୋଲି ଆଶା କରାଯାଉଛି ।

Indulge Express

ତେବେ ଏହି ସୋ’ର ପ୍ରଥମ ଦିନ ସଲମାନ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ଼ କଥା ସମସ୍ତଙ୍କୁ ଜଣାଇଥିଲେ । ତାଙ୍କ ଅନୁଯାୟୀ, ଅନ୍ୟକୁ ଘୃଣା କରିବାକୁ ଜୀବନଟି ବହୁତ ଛୋଟ । ମୁଁ ଏବେ ମୋର ପୂର୍ବ ପ୍ରେମିକାମାନଙ୍କ ସହ ବନ୍ଧୁ ହୋଇ ରହିଛି ଓ ସେମାନଙ୍କ ସହ କାମ ମଧ୍ୟ କରୁଛି ବୋଲି କହିଥିଲେ ସଲମାନ । ସଲମାନଙ୍କ ଏଭଳି କଥା ଶୁଣି ସେ କ୍ୟାଟ୍ରିନାଙ୍କ କଥା କହୁଥିବା ଲୋକେ କହିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର