ଭାଇ ଦୋଷୀ ସାବ୍ୟସ୍ତ ହେବା ପରେ କାନ୍ଦି କାନ୍ଦି ଅଣାୟତ୍ତ ହୋଇପଡ଼ିଲେ ଦୁଇ ଭଉଣୀ, କୋର୍ଟରୁ ବାହାରି ପ୍ରଥମେ ବାପାଙ୍କୁ ଫୋନ୍‌ କଲେ ସଲମାନ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଲମାନ ଖାଁ ୧୯୯୮ ମସିହା କୃଷ୍ଣସାର ମୃଗ ଶିକାର ମାମଲାରେ ଆଜି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଯୋଧପୁର କୋର୍ଟ ଗୁରୁବାର ଏହି ଶୁଣାଣି କରିଛନ୍ତିି। କୃଷ୍ଣସାର ମୃଗ ଶିକାର ମାମଲାର ଶୁଣାଣି କରି ଅଦାଲତ ତାଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେବା ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ସଲମନଙ୍କ ପ୍ରଶଂସକ କାଳେ କିଛି ଗଣ୍ଡଗୋର ପରିସ୍ଥିତି ସୃଷ୍ଟି କରିବେ ସେଥିପାଇଁ କୋର୍ଟ ପରିସରକୁ ସୁରକ୍ଷା ଦେବା ପାଇଁ ଅନେକ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଥିଲ। ସଲମନଙ୍କ ୨ ଭଉଣୀ ଅର୍ପିତା ଏବଂ ଅଲଭିରା ଯୋଧପୁର କୋର୍ଟରେ ଉପସ୍ଥିତ ଥିଲେ। ସଲମନଙ୍କ ଶୁଣାଣି ପରେ ସେ ଦୁହେଁ ଭାଇଙ୍କୁ ଧରି ଖୁବ୍‌ କାନ୍ଦୁଥିବା ବେଳେ ବହୁ କଷ୍ଟରେ ପୁଲିସ୍‌ ଦୁଇ ଭଉଣୀଙ୍କୁ ସଲମନଙ୍କଠାରୁ ଅଲଗା କରି ଏବେ ତାଙ୍କୁ ଜେଲ୍‌କୁ ନେବାର ବ୍ୟବସ୍ଥା କରିଛି। ସଲମାନଙ୍କୁ ଏବେ କୋର୍ଟ ହେପାଜତରେ ରଖାଯାଇଛି। ଦଣ୍ଡ ଶୁଣାଣି ପରେ ସଲମାନ ବାପା ସଲିମ୍‌ ଖାନ୍‌ଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ୧୯୯୮ ମସିହା କୃଷ୍ଣସାର ମୃଗ ଶିକାର ମାମଲାରେ ଅଭିନେତା ସଲ୍‌ମନ୍‌ ଖାଁଙ୍କ ସମେତ ଏଥିରେ ସମ୍ପୃକ୍ତ ସଲମାନ, ସୈଫ୍‌, ତବୁ, ନୀଲମ୍‌, ସୋନାଲି ବେନ୍ଦ୍ରେ ଆଦି ଅଦାଲତରେ ହାଜର ହୋଇଥିଲେ। ରାୟ ଶୁଣାଇ ଅଦାଲତ ସଲ୍‌ମନ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଅନ୍ୟ ଚାରିଜଣଙ୍କୁ ଦୋଷମୁକ୍ତ କରିଛନ୍ତି। ଆଉ ଅଳ୍ପ ସମୟ ପରେ ତାଙ୍କ ପ୍ରତି ଦଣ୍ଡ ବିଧାନ କରାଯିବ।
ସଲ୍‌ମନ୍‌ ଖାନଙ୍କୁ ବନ୍ୟଜନ୍ତୁ ନିରାପତ୍ତା ଆଇନ୍‌ ଧାରା ୫୧ ଅନୁସାରେ ଚାର୍ଜ କରାଯାଇଥିଲା। ବାକି ଅନ୍ୟମାନଙ୍କୁ ସେହି ଏକା ସେକ୍‌ସନ୍‌ରେ ଚାର୍ଜ କରାଯାଇଥିଲେ ମଧ୍ୟ ବେଆଇନ ଭାବେ ସମ୍ମିଳିତ ହେବା ଅପରାଧ ଲାଗି ସଲମାନଙ୍କ ବିରୋଧରେ ଧାରା ୧୪୯ ଲାଗୁ କରାଯାଇଥିଲା।
ସଲ୍‌ମନ୍‌ ଖାଁ’ଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ପାଇଁ ଅଦାଲତଙ୍କ ପାଖରେ ବହୁ ପ୍ରମାଣ ଥିଲା। ସେ ୧୯୯୮ ମସିହା ଅକ୍ଟୋବର ୨ ତାରିଖ ଦିନ ଯୋଧପୁର ଠାରେ ‘ହମ୍‌ ସାଥ୍‌ ସାଥ୍‌ ହୈ’ ଚଳଚ୍ଚିତ୍ର ସୁଟିଙ୍ଗ୍‌ ସମୟରେ ଦୁଇଟି କୃଷ୍ଣସାର ମୃଗ ଶିକାର କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ସେ ଗୋଟାଏ କଳା ସାର୍ଟ ଏବଂ ଫେଡେଡ୍‌ ଡେନିମ୍‌ ଜିନ୍‌ସ୍‌ ପିନ୍ଧି ଅଦାଲତରେ ହାଜର ହୋଇଥିଲେ।

ସମ୍ବନ୍ଧିତ ଖବର