ସଲମାନ୍‌ଙ୍କ ଦବଙ୍ଗଗିରି , ଗୋଟିଏ ଏପିସୋଡ୍‌କୁ ଚାର୍ଜ କଲେ ୫ କୋଟି

ମୁମ୍ବାଇ : କଳାକାରଙ୍କୁ ପାରଶ୍ରମିକ ଦେବା ମାମଲାରେ ବର୍ତ୍ତମାନ ଟେଲିଭିଜନ ଇଣ୍ଡଷ୍ଟ୍ରି ମଧ୍ୟ ବଲିଉଡ୍‌ ସହ ସମାନ ହୋଇ ଗଲାଣି। ଏଣୁ ବର୍ତ୍ତମାନ ବଲିଉଡ୍‌ କଳାକାର ବଡ଼ ପରାଦ ସହ ଛୋଟ ପରଦାରେ ମଧ୍ୟ ରାଜ୍‌ କରିବା ଆରମ୍ଭ କରିଛନ୍ତି। ଆମେ ବଲିଉଡ୍‌ର ଦବଙ୍ଗ ଖାନଙ୍କ ଆଗାମୀ ରିଆଲିଟି ସୋ ଦଶ କା ଦମ୍‌ ବିଷୟରେ କହୁଛୁ । ସଲମାନ୍‌ ଏହି ସୋର ପ୍ରତି ଏପିସୋଡ୍‌ ପିଛା ୫ କୋଟି ଟଙ୍କା ପାରିଶ୍ରମିକ ମାଗିଛନ୍ତି । ୧୭ ମେ ରୁ ଏହି ସୋର ସୁଟିଂ ଆରମ୍ଭ ହୋଇଥିବା ବେଳେ ଏହାର ୩୦ଟି ଏପିସୋଡ୍‌ ସୁଟ୍‌ ହେବାର ସୂଚନା ମିଳିଛି।

Zee News

ସଲମାନ୍‌ ବଲିଉଡ୍‌ରେ ଅଧିକ ପାରିଶ୍ରମିକ ନେଉଥିବା କଳାକାରମାନଙ୍କ ମଧ୍ୟରେ ରହିଥିବା ବେଳେ ଟେଲିଭିଜନରେ ମଧ୍ୟ ଏହି ତାଲିକାରେ ସର୍ବୋଚ୍ଚରେ ରହିଛନ୍ତି । ସେ ରିଆଲିଟି ସୋ ବିଗ୍‌ ବସ୍‌ର ଉପସ୍ଥାପନା ପାଇଁ ପ୍ରତି ଏପିସୋଡ଼କୁ ୧୧ କୋଟି ଟଙ୍କା ନେଉଥିବା ବେଳେ ଆଗାମୀ ରିଆଲିଟି ସୋ ଦଶ କା ଦମ୍‌ ପାଇଁ ୫ କୋଟି ଟଙ୍କା ନେଉଥିବା ଜଣାପଡ଼ିଛି। ସୋ ଟିର ୩୦ଟି ଏପିସୋଡ୍‌ ସୁଟିଂ ହେବାକୁ ରହିଥିବା ବେଳେ ଏଥିପାଇଁ ୧୫୦ କୋଟି ଟଙ୍କା ପାରିଶ୍ରମିକ ବାବଦରେ ସଲମାନ୍‌ ନେବେ ବୋଲି ଜଣାପଡ଼ିଛି।

Zee News

ଦଶ୍‌ କା ଦମ୍‌ ରିଆଲିଟି ସୋ ଟି ଦଶ ବର୍ଷ ପରେ ପୁଣିଥରେ ଟେଲିଭିଜନ୍‌ରେ ପ୍ରସାରିତ ହେବାକୁ ଯାଉଛି। ଏହାର ପୂର୍ବ ସଂସ୍କରଣ ଭଳି ଏଥରେ ମଧ୍ୟ ସଲମାନ୍‌ ଏହାର ଉପସ୍ଥାପନା କରିବାକୁ ଯାଉଛନ୍ତି। ଏହାର ସୁଟିଂ ମେ ୧୭ ରୁ ଆରମ୍ଭ ହୋଇଥିବା ବେଳେ ଜୁନ୍‌ ୪ରେ ଏହା ପ୍ରସାରିତ ହେବାକୁ ଯାଉଛି। ଏହା ସୋମବାର ଏବଂ ମଙ୍ଗଳବାର ସପ୍ତାହର ଦୁଇ ଦିନ ପ୍ରସାରିତ ହେବାକୁ ଥିବା ବେଳେ ଏଥିରେ ପ୍ରତିଯୋଗୀଙ୍କୁ ପ୍ରତି ସୋରେ ୧କୋଟି ଟଙ୍କା ପର୍ଯ୍ୟନ୍ତ ଜିତିବାର ସୁଯୋଗ ଦିଆଯିବ । ସୋ’ଟି ସୋନି ଚ୍ୟାନେଲରେ ପ୍ରସାରଣ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର