ଅମିରଙ୍କ ‘ମହାଭାରତ’ରେ ସଲମାନ୍‌ କୃଷ୍ଣ ଏବଂ ଦୀପିକା ଦ୍ରୌପଦୀ ହେବେ

ମୁମ୍ବାଇ : ‘ଦଙ୍ଗଲ’ ଏବଂ ‘ସିକ୍ରେଟ ସୁପରଷ୍ଟାର’ର ସଫଳତା ପରେ ଏବେ ଆଉ ଏକ ନୂଆ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡ୍‌ ପରଫେକସନିଷ୍ଟ୍‍ ଅମିର ଖାନ । ୧୦୦୦ କୋଟି ବଜେଟ୍‌ରେ ତିଆରି ହେଉଥିବା ଏହି ଫିଲ୍ମକୁ ନେଇ ଅନେକ ଆଲୋଚନା ଚାଲୁଥିବା ବେଳେ ଏବେ କୃଷ୍ଣଙ୍କ ଚରିତ୍ରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ‘ମହାଭାରତ’ ଫିଲ୍ମରେ କୃଷ୍ଣଙ୍କ ଚରିତ୍ର ପାଇଁ ଅମିର ଖାନ ସଲମାନଙ୍କୁ ମନୋନୀତ କରିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏ ନେଇ ବିଧିବଦ୍ଧ ଭାବରେ କୌଣସି ଘୋଷଣା କରାଯାଇ ନ ଥିଲେ ମଧ୍ୟ ସଲମାନଙ୍କୁ ଏହି ଚରିତ୍ର କରିବା ପାଇଁ ଅମିର ତାଙ୍କୁ ପ୍ରସ୍ତାବ ଦେଇଥିବା ବିଶେଷ ସୁତ୍ରରୁ ଜଣାପଡ଼ିଛି ।

Latestly

ଏହା ସହ ଦ୍ରୌପଦୀ ଚରିତ୍ର ପାଇଁ ଅମିର ଦୀପିକା ପାଦୁକୋନ୍‌ ଏବଂ ସାନା ଶେଖ୍‌ଙ୍କୁ ପ୍ରସ୍ତାବ ଦେଇଥିବା ବେଳେ ଫିଲ୍ମଟି ଦ୍ରୌପଦୀଙ୍କ ଦୃଷ୍ଟିକୋଣରୁ ଦେଖାଯିବାକୁ ଥିବାରୁ ଫିଲ୍ମରେ ଦ୍ରୌପଦୀ ଚରିତ୍ରଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆଲୋଚନା ହେଉଛି । ଏହି ଫିଲ୍ମଟି ଅମିର ଖାନ୍‌ଙ୍କ ଡ଼୍ରିମ୍‌ ପ୍ରୋଜେକ୍ଟ ହୋଇଥିବା ବେଳେ ଫିଲ୍ମଟିକୁ ୩ଟି ଭାଗରେ ଦର୍ଶକ ଦେଖିବେ ବୋଲି ସୂଚନା ମିଳିଛି । ୩ ଭାଗର ସୁଟିଂ ସରିବା ପରେ ଗୋଟିଏ ପରେ ଗୋଟିଏ କରି ପ୍ରତିଟି ଭାଗକୁ ରିଲିଜ କରିବେ ବୋଲି ଆମିର କହିଛନ୍ତି । ଏ ପର୍ଯ୍ୟନ୍ତ ଏହି ଫିଲ୍ମଟି ରିଲିଜ କେବେ ହେବ ତାହା ଜଣା ପଡ଼ିନାହିଁ ।

ସମ୍ବନ୍ଧିତ ଖବର