ଅଜୟ ଦେବଗନ୍ଙ୍କ ପରେ ସଲମାନଙ୍କ ବଡ଼ ନିଷ୍ପତ୍ତି: ଆଗାମୀ ଫିଲ୍ମ ‘ନୋଟ୍ବୁକ୍’ରୁ ଆତିଫ୍ ଅସ୍ଲମ୍ଙ୍କୁ ହଟାଇଲେ
ମୁମ୍ବାଇ: ପୁଲଓ୍ଵାମାରେ ହୋଇଥିବା ଆକ୍ରମଣକୁ ଗମ୍ଭୀରତାର ସହ ନେଇ ବଲିଉଡ୍ ଜଗତ ଏ ନେଇ ପଦକ୍ଷେପ ନେବା ଆରମ୍ଭ କରିଛି । ଯାହାକୁ ନେଇ ଦେଶବାସୀ ପ୍ରଶଂସା କରିବା ଆରମ୍ଭ କରଛନ୍ତି । ଅଲ୍ ଇଣ୍ଡିଆ ସିନେ ଓ୍ଵାର୍କର ଆସୋସିଏସନ୍ ତରଫରୁ ପାକିସ୍ତାନୀ କଳାକାରମାନଙ୍କୁ ବଲିଉଡ୍କୁ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ନିଆ ଯାଇ ସାରିଥିବା ବେଳେ ଅଜୟ ଦେବଗନ୍ ତାଙ୍କର ଆଗାମୀ ଫିଲ୍ମ ‘ଟୋଟାଲ ଧମାଲ’ ପାକିସ୍ତାନରେ ରିଲିଜ୍ କରାଇବେ ନାହିଁ ବୋଲି କହିଥିଲେ । ଏବେ ସଲମାନ ମଧ୍ୟ ପାକିସ୍ତାନକୁ ଉଚିତ୍ ଜବାବ ଦେଇଥିବା ଜଣା ପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ତାଙ୍କ ପ୍ରଯୋଜନା ସଂସ୍ଥାର ଆଗାମୀ ଫିଲ୍ମ ‘ନୋଟ୍ବୁକ୍’ରୁ ସେ ଆତିଫ୍ଙ୍କୁ ହଟାଇଥିବା ସୂଚନା ମିଳିଛି । ଫିଲ୍ମର ଗୀତ କିଛି ଦିନ ମଧ୍ୟ ରେକର୍ଡ ହେବାକୁ ଥିବା ବେଳେ ସଲମାନ ପୁଲଓ୍ଵାମା ଆକ୍ରମଣକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି । ଏବେ ଆତିଫ୍ ଫିଲ୍ମର ଗୀତ ଗାଇ ପାରିବେ ନାହିଁ । ତାଙ୍କ ସ୍ଥାନରେ ଅନ୍ୟ ଜଣେ କଣ୍ଠଶିଳ୍ପୀକୁ ନିଆଯିବ ବୋଲି ଖବର ମିଳିଛି ।