ମୁମ୍ବାଇ: ବଲିଉଡର ଜଣେ ଖ୍ୟାତନାମା ଅଭିନେତା -ନିର୍ଦ୍ଦେଶକ ହେଲେ ମହେଶ ମଞ୍ଜରେକର୍। ସେ ସଲମାନ୍ ଖାନ୍ଙ୍କ ସହ ବି କାମ କରିଛନ୍ତି। ଏବେ ମହେଶଙ୍କ କନ୍ୟା ସଲମାନ୍ଙ୍କ ନାୟିକା ହେବାର ସୁଯୋଗ ପାଇଛନ୍ତି।
ମହେଶ ମଞ୍ଜରେକରଙ୍କ କନ୍ୟାଙ୍କ ନାମ ହେଲା ସାଇ। ସେ ହେଉଛନ୍ତି ମହେଶଙ୍କର ସାନ ଝିଅ। ପ୍ରଥମେ ଶୁଣିବାକୁ ମିଳିଥିଲା ଯେ ସଲମାନ୍ଙ୍କ ନୂଆ ସିନେମା‘ଦବଙ୍ଗ୍-୩’ରେ ମହେଶ ମଞ୍ଜରେକରଙ୍କ ବଡ଼ ଝିଅ ଡେବ୍ୟୁ କରିବେ,ମାତ୍ର ପରେ ଜଣାଗଲା ଯେ ବଡ଼ ନୁହେଁ ବରଂ ସାନ ଝିଅ ଏଥିରେ ଅଭିନୟ କରିବେ।
ମହେଶ ମଞ୍ଜରେକରଙ୍କ ସାନ ଝିଅ ସାଇ ‘ଦବଙ୍ଗ-୩’ ଜରିଆରେ ବଲିଉଡ ଡେବ୍ୟୁ କରୁଛନ୍ତି। ଇତି ମଧ୍ୟରେ ଉଭୟଙ୍କର କେତୋଟି ରୋମାଣ୍ଟିକ୍ ସିନ୍ ଓ ଗୋଟିଏ ଗୀତ ଦୃଶ୍ୟର ସୁଟିଂ ଶେଷ ହୋଇଥିବାର ଖବର ମଳିଛି। ‘ଦବଙ୍ଗ-୩’ରେ ସୋନାକ୍ଷୀ ସିହ୍ନାଙ୍କୁ ସଲମାନ୍ଙ୍କ ପତ୍ନୀ ଭୂମିକାରେ ଦେଖିବାକୁ ମିଳିବ। ଏଥିରେ ପ୍ରିକ୍ୱେଲରେ ସାଇ ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ପ୍ରଭୁ ଦେବା ଓ ପ୍ରଯୋଜନା କରିଛନ୍ତି ଅରବାଜ୍ ଖାନ୍। ଏହା ଆଗାମୀ ବଡ଼ ଦିନ ଅବସରରେ ରିଲିଜ୍ ହେବ ବୋଲି ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)