ପିଏମ୍‌ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌କୁ ନେଇ ଅସନ୍ତୁଷ୍ଟ ସଲମାନ୍‌, ଐଶ୍ୱର୍ଯ୍ୟା ରାଏ ବଚ୍ଚନ ଏହାର କାରଣ ବୋଲି ଚର୍ଚ୍ଚା ହେଉଛି!

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହି ସିନେମାର ଟ୍ରେଲର ବି ରିଲିଜ ହୋଇ ସାରିଛି। ସିନେମାରେ ବିବେକ ଓବରାଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକାରେ ନଜର ଆସୁଛନ୍ତି। ଉମଙ୍ଗ କୁମାରଙ୍କ ନିର୍ଦ୍ଦେଶିତ ସିନେମା ‘ପିଏମ୍‌ ନରେନ୍ଦ୍ର ମୋଦି’ ଆସନ୍ତା ଏପ୍ରିଲ୍‌ ପାଞ୍ଚରେ ରିଲିଜ ହେବ। ଏବେ ଖବର ଆସୁଛି କି ଅଭିନେତା ସଲମାନ୍‌ ଖାନ୍‌ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ ନେଇ ଅସନ୍ତୁଷ୍ଟ ଅଛନ୍ତି।

IBTimes India

ସୂଚନାଯୋଗ୍ୟ, ପିଏମ୍‌ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ରେ ‘ସୁନୋ ଗୌର ସେ ଦୁନିଆବାଲୋଁ’ ଗୀତକୁ ନିଆଯାଇଛି। ଏହି ଗୀତକୁ ‘ଦସ୍‌’ ସିନେମାରେ ସଲମାନ୍‌ ଖାନ୍‌ ଓ ସଞ୍ଜୟ ଦତ୍ତଙ୍କୁ ନେଇ ନିର୍ମିତ ହୋଇଥିଲା। ପିଏମ୍‌ ନରେନ୍ଦ୍ର ମୋଦିରେ ଏହି ଗୀତ ବ୍ୟବହାର ନେଇ ସଲମାନ କ୍ଷପ୍ପା ହୋଇ ଯାଇଛନ୍ତି। କାରଣ ତାଙ୍କର ଏହି ଗୀତ ବିବେକ ଓବରାଏ ସିନେମାରେ ଦେଖିବାକୁ ମିଳୁଛି। ପିଏମ୍‌ ନରେନ୍ଦ୍ର ମୋଦି ସିନେମାରେ ଏହି ଗୀତର ବ୍ୟବହାର ହୋଇଥିବା ସେ ଜାଣି ନଥିଲେ। ସଲମାନ୍‌ଙ୍କ ସହିତ ଏହି ସିନେମା ନର୍ମାଣ କରିଥିବା ସମସ୍ତ କର୍ମକର୍ତ୍ତାଙ୍କ ସହ ଭଲ ସମ୍ପର୍କ ରହିଛି। ତେଣୁ ସେ ଏହାକୁ ନେଇ କିଛି ବିବାଦ ସୃଷ୍ଟି କରିବାକୁ ଚାହାନ୍ତି ନାହିଁ। ସଲମାନଙ୍କ ‘ଦସ୍‌’ ସିନେମା ରିଲିଜ ହୋଇ ପାରି ନଥିଲା। କିନ୍ତୁ ଗୀତଟି ରିଲିଜ କରାଯାଇଥିଲା।

 

 

View this post on Instagram

 

Dedicated to the spirit of our shaheed’s ? Jai Hind ?? ?? #SaugandhMujheIssMittiKi #PMNarendraModi

A post shared by Vivek Oberoi (@vivekoberoi) on

ଉଲ୍ଲେଖଯୋଗ୍ୟ କି, ସଲମାନ୍‌ ଖାନ୍‌ ଓ ବିବେକ ଓବରାଏ ମଧ୍ୟରେ ଅନେକ ବର୍ଷ ହେବ କଥାବାର୍ତ୍ତା ନାହିଁ। ସଲମାନ୍‌ ଓ ଐଶ୍ୱର୍ଯ୍ୟା ରାଏ ବଚ୍ଚନଙ୍କ ବ୍ରେକ୍‌ଅପ୍‌ ପରେ ବିବେକ ଐଶ୍ୱର୍ଯ୍ୟାଙ୍କ ଜୀବନରେ ଆସିଥିଲେ। ପ୍ରକାଶିତ ରିପୋର୍ଟ ମୁତାବକ, ଐଶ୍ୱର୍ଯ୍ୟା ଓ ବିବେକ ରିଲେସନ୍‌ସିପ୍‌ରେ ରହିଥିଲେ। ଏହି ସମୟରେ ବିବେକ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ କି, ସଲମାନ୍‌ ତାଙ୍କୁ ଜୀବନରୁ ମାରିବା ପାଇଁ ଧମକ ଦେଉଛନ୍ତି, ଏହାପରେ ଐଶ୍ୱର୍ଯ୍ୟା ବିବେକୁ ଛାଡ଼ି ଚାଲି ଯାଇଥିଲେ। ଏହିସବୁ କାରଣରୁ ସଲମାନ ଓ ବିବେକଙ୍କ ମଧ୍ୟରେ ତିକ୍ତତା ଦେଖିବାକୁ ମିଳିଥିଲା। ଏଯାବତ ଦୁହିଁଙ୍କ ମଧ୍ୟରେ କୌଣସି ସମ୍ପର୍କ କି କଥାବାର୍ତ୍ତା ବି ନାହିଁ।

ସମ୍ବନ୍ଧିତ ଖବର