ଭଂସାଲୀଙ୍କ ଆଗାମୀ ଫିଲ୍ମରେ ଏହି ଅଭିନେତ୍ରୀଙ୍କ ସହ କାମ କରିବାକୁ ଚାହୁଁଛନ୍ତି ସଲମାନ ଖାନ୍‌

ମୁମ୍ବାଇ : ଫିଲ୍ମ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’ ପରେ ଏବେ ପୁଣି ଥରେ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ସହ କାମ କରିବାକୁ ଯାଉଛନ୍ତି ବଲିଉଡ୍‌ର ଭାଇଜାନ ସଳମାନ୍‌ ଖାନ୍‌ । ପାଖାପାଖି ୨୦ବର୍ଷ ପରେ ଦୁଇ ଜଣ ସାଥୀରେ କାମ କରିବାକୁ ଯାଉଥିବା ଜଣାପଡ଼ିଛି । ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ ଏକ ପ୍ରେମ କାହାଣୀକୁ ନେଇ ଫିଲ୍ମ ତିଆରି କରିବାକୁ ଯାଉଥିବା ବେଳେ ଏ ନେଇ ସେ ମୁଖ୍ୟ ନାୟକ ଭାବେ ସଲମାନ ଖାନ୍‌ଙ୍କୁ ବାଛିଛନ୍ତି । ତେବେ ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ କିଏ ହେବ ସେ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ସଲମାନ ବଲିଉଡ୍‌ ଅଭିନେତ୍ରୀ ଦୀପିକାଙ୍କ ସହ ଏହି ଫିଲ୍ମ କରିବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି ।

DNA India

ସଲମାନ ଏବେ ନିଜ ଫିଲ୍ମ ‘ଭାରତ’କୁ ନେଇ ବ୍ୟସ୍ତ ଥିବା ବେଳେ ଭଂସାଲୀଙ୍କ ଫିଲ୍ମର ସୁଟିଂ ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି ଜଣା ପଡ଼ିଛି । ଏ ମଧ୍ୟରେ ଫିଲ୍ମର ନାୟିକାଙ୍କୁ ନେଇ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ ଚିନ୍ତାରେ ପଡ଼ିଥିବା ବେଳେ ତାଙ୍କୁ ସମସ୍ୟାର ସମାଧାନ କରିଛନ୍ତି ଭାଣଜାନ୍‌ । ସେ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କୁ ଦୀପିକାଙ୍କ ନାଁ ପରାମର୍ଶ କରିଥିବା ଜଣା ପଡ଼ିଛି । ତେବେ ଫିଲ୍ମରେ ସଲମାନଙ୍କ ନାୟିକା କିଏ ହେବେ ତାହା ଆଗକୁ ଜଣା ପଡ଼ିବ ।

ସମ୍ବନ୍ଧିତ ଖବର