ପ୍ରଥମ ଥର ପାଇଁ ଇଦ୍ରେ ମୁକ୍ତିଲାଭ କଲାନି ସଲ୍ମନ୍ଙ୍କ ଚଳଚ୍ଚିତ୍ର
ମୁମ୍ବାଇ: ଶାହରୁଖ୍ ଖାନ୍ଙ୍କ ଚଳଚ୍ଚିତ୍ର ଦୀପାବଳିରେ, ଆମିର୍ ଖାନ୍ଙ୍କ ଚଳଚ୍ଚିତ୍ର ଖ୍ରୀଷ୍ଟ୍ମାସ୍ରେ ମୁକ୍ତିଲାଭ କଲା ଭଳି ଇଦ୍ରେ ପ୍ରତିବର୍ଷ ସଲ୍ମନ ଖାନ୍ଙ୍କ ଚଳଚ୍ଚିତ୍ର ମୁକ୍ତିଲାଭ କରେ। ଇଦ୍ ଓ ସଲ୍ମନ୍ ଖାନ୍ ଏହି ଦୁଇଟି ନାମ ଓତଃପ୍ରୋତଃ ଭାବେ ଜଡ଼ିତ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ଚଳିତ ଇଦ୍ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଚଳିତ ବର୍ଷ ଇଦ୍ରେ ସଲ୍ମନ୍ଙ୍କ ଚଳଚ୍ଚିତ୍ର ‘ରାଧେ-ଇୟୋର୍ ମୋଷ୍ଟ୍ ୱାଣ୍ଟେଡ୍ ଭାଇ’ ମୁକ୍ତିଲାଭ କରିବାର ଯୋଜନା ଥିଲା। ଏଥିସହ ଏହି ସମୟରେ ଚଳଚ୍ଚିତ୍ର ‘ଲକ୍ଷ୍ମୀ ବମ୍’ ବି ମୁକ୍ତିଲାଭ କରିଥାନ୍ତା। ଇଦ୍ରେ ବଡ଼ ପରଦାରେ ସଲ୍ମନ୍ ଓ ଅକ୍ଷୟଙ୍କ ଦମ୍ଦାର ଲଢ଼େଇ ଦେଖିବାର ସୁଯୋଗ ମିଳିବ ବୋଲି ଚର୍ଚ୍ଚା ଜୋର୍ ଧରିଥିବା ବେଳେ କରୋନା ମହାମାରୀ ସବୁ ଯୋଜନାକୁ ଫସର ଫଟେଇ ଦେଇଛି। ପ୍ରଥମ ଥର ପାଇଁ ବିନା ସଲ୍ମନ୍ଙ୍କ ଚଳଚ୍ଚିତ୍ରରେ ଇଦ୍ ପାଳିତ ହୋଇଛି। ୨୦୦୯ରୁ ଲଗାତାର ଭାବେ ସଲ୍ମନ୍ଙ୍କ ଏକ ଚଳଚ୍ଚିତ୍ର ଇଦ୍ ଅବସରରେ ମୁକ୍ତିଲାଭ କରୁଥିଲା।