ଆର ପାରିକୁ ଚାଲିଗଲା ଦବଙ୍ଗ ଖାନ୍ଙ୍କ ମାଇ ଲଭ୍,ସୋସିଆଲ ମିଡ଼ିଆରେ ଫଟୋ ପୋଷ୍ଟ କରି ଜଣାଇଲେ ଦୁଃଖ
ମୁମ୍ବାଇ : ବଲିଉଡ୍ର ଦବଙ୍ଗ ଖାନ୍ଙ୍କ ଜୀବନରେ ଏବେ ଦୁଃଖର ବାଦଲ ଛାଇ ଯାଇଛି । ଗୁରୁବାର ତାଙ୍କର ଏବଂ ତାଙ୍କ ପରିବାର ସହ ଜଡ଼ିତ ଜଣେ ଖାସ୍ ସଦସ୍ୟର ପରଲୋକ ହେବା ପରେ ଏବେ ଭାଙ୍ଗି ପଡ଼ିଛନ୍ତି ଦବଙ୍ଗ ଖାନ୍ । ସଦସ୍ୟ ଜଣଙ୍କ ତାଙ୍କ ଘରେ ରହୁଥିବା ପାଳିତ କୁକୁର ଯାହାର ନାଁ ମାଇ ଲଭ୍ ବୋଲି ଜଣା ପଡ଼ିଛି । ନିଜର ଦୁଃଖ ଜଣାଇବା ପାଇଁ ସଲମାନ ଇନ୍ଷ୍ଟାରେ ନିଜ ପାଳିତ କୁକୁର ମାଇ ଲଭ୍ ସହ ଫଟୋ ପୋଷ୍ଟ କରିଥିଲେ । ଯାହା ପରେ ସଲମାନଙ୍କୁ ଦୁଃଖି ଦେଖି ତାଙ୍କ ପ୍ରଶଂସକମାନେ ମଧ୍ୟ ଦୁଃଖି ହୋଇଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ଇନ୍ଷ୍ଟାରେ ମାଇ ଲଭ୍ ସହ ଥିବା ପୁରୁଣା ଫଟୋ ପୋଷ୍ଟ କରି ‘ମୋର ସବୁଠାରୁ ସୁନ୍ଦର ମାଇ ଲଭ୍ ଆଜି ଚାଲିଗଲା । ଭଗବାନ ତା’ର ଆତ୍ମାକୁ ଶାନ୍ତି ଦିଅନ୍ତୁ’ ବୋଲି ସଲମାନ ଲେଖିଥିବା ଦେଖା ଯାଇଥିଲା । ପୂର୍ବରୁ ସଲମାନ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ମାଇ ଲଭ୍ର ଅନେକ ଫଟୋ ସେୟାର କରିଛନ୍ତି । ଯାହାକୁ ଦେଖି ସେ ନିଜ ମାଇ ଲଭ୍ ସହ କେତେ ଜଡ଼ିତ ତାହା ଜଣା ପଡ଼ି ଯାଉଛି । ଏଭଳି ଏକ ଖବର ପୂରା ଖାନ୍ ପରିବାର ଏବଂ ତାଙ୍କ ପ୍ରଶଂସକଙ୍କୁ ଦୁଃଖିତ କରିଛି ।