ବାହୁବଳୀଙ୍କ ରେକର୍ଡ ଭାଙ୍ଗିବେ କି ଦବଙ୍ଗବୟ! ରିଲିଜ୍‌ ପୂର୍ବରୁ ୧୯୦ କୋଟି ଟଙ୍କା ରୋଜଗାର କଲା ‘ରେସ୍‌-୩’

ମୁମ୍ବାଇ: ବକ୍ସ ଅଫିସ୍‌ର କିଙ୍ଗ୍‌ କୁହାଯାଉଥିବା ସଲମାନ ଖାନଙ୍କ ପାଖରେ ଯେ ସବୁ ରେକର୍ଡ ଭଙ୍ଗ କରିବାର ଦକ୍ଷତା ଅଛି ଏଥିରେ ଆଦୌ ସନ୍ଦେହ ନାହିଁ। ସାଧାରଣରେ ତାଙ୍କ ଚଳଚ୍ଚିତ୍ରଗୁଡ଼ିକ ରିଲିଜ୍‌ ହେବାର ମାତ୍ର ଦିନ କେଇଟା ମଧ୍ୟରେ ୧୫୦ କୋଟି ବ୍ୟବସାୟ କରିଥାଏ। ନିକଟରେ ସଲମାନଙ୍କ ‘ଟାଇଗର୍‌ ଜିନ୍ଦା ହୈ’ ଚଳଚ୍ଚିତ୍ରର ଅଭୂତପୂର୍ବ ସଫଳତା ତାଙ୍କ ପ୍ରତି ଦର୍ଶକଙ୍କ ସ୍ନେହକୁ ଆହୁରି ଦୃଢ଼ିଭୂତ କରିଛି।

ସୂଚନା ମୁତାବକ, ଇଦ୍‌ରେ ରିଲିଜ୍‌ ହେବାକୁ ଥିବା ସଲୁ ମିଆଙ୍କ ‘ରେସ୍‌-୩’ ରିଲିଜ୍‌ ପୂର୍ବରୁ ହିଁ ତା’ର ଯାଦୁ ଦେଖାଇ ସାରିଲାଣି। ପରଦାକୁ ଆସିବା ପୂର୍ବରୁ ୧୯୦ କୋଟି ବ୍ୟବସାୟ କରି ଚର୍ଚ୍ଚା ପାଲଟିଛି ଏହି ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ରଟିକୁ ନିର୍ଦ୍ଦେଶନା ଦେଇଛନ୍ତି ରେମୋ ଡି ସୌଜା। ଏଥିରେ ସଲମାନଙ୍କ ବ୍ୟତୀତ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌, ଅନୀଲ କପୁର୍‌, ସକିବ୍‌ ସଲିମ୍‌, ଡେଜି ସାହା ଏବଂ ବବି ଦେଓଲ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ତେବେ ଏହି ଚଳଚ୍ଚିତ୍ରଟି ନିର୍ମାତା ଏସ୍‌ଏସ୍‌ ରାଜମୌଲୀଙ୍କ ‘ବାହୁବଳୀ-୨’ର ରେକର୍ଡ ଭଙ୍ଗ କରିବ ବୋଲି ଦର୍ଶକଙ୍କ ମନରେ ଆଶା ରହିଛି।

ଉଲ୍ଲେଖଯୋଗ୍ୟ, ନିକଟରେ ସଲମାନ କୃଷ୍ଣସାର ମୃଗ ହତ୍ୟା ମାମଲାରେ ଯୋଧପୁର କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦୋଷୀ ସାବ୍ୟସ୍ତ ପରେ ସେ ଦୁଇ ରାତି ଯୋଧପୁର ଜେଲ୍‌ରେ ମଧ୍ୟ କାଟିଛନ୍ତିି। ପରେ ତାଙ୍କୁ ଜାମିନ୍‌ ପ୍ରଦାନ କରାଯାଇଛି। ସେ ଏବେ ତାଙ୍କର ଅପକମିଂ ଚଳଚ୍ଚିତ୍ର ‘ଭରତ’ର ସୁଟିଂ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ‘ଭରତ’ ଚଳଚ୍ଚିତ୍ରରେ ସଲମାନଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି କୃଷ୍ଣ ସୁନ୍ଦରୀ ପ୍ରିୟଙ୍କା ଚୋପ୍ରା।

ସମ୍ବନ୍ଧିତ ଖବର