ପ୍ରିୟଙ୍କାଙ୍କ ଉପରେ ରାଗିଛନ୍ତି ସଲମାନ୍ !

ମୁମ୍ବାଇ: ସଲମାନ୍‌ ଖାନ୍‌ଙ୍କ ଅପକମିଂ ଫିଲ୍ମ ‘ଭାରତ୍‌’ରେ କିଏ ନାୟିକା ହେବେ,ତାହା ଏଯାଏଁ ସ୍ଥିରୀକୃତ ହୋଇନାହିଁ। ତେବେ ଏଥିରେ ପ୍ରିୟଙ୍କା ଚୋପ୍ରା ସଲମାନଙ୍କ ନାୟିକା ହେବେ ନାହିଁ ବୋଲି ଜଣାପଡ଼ିଛି।ତେବେ କାହିଁକି ପିସି ଏହି ଫିଲ୍ମର ଅଙ୍ଗ ହେବେ ନାହିଁ,ତାହାର ଖୁଲାସା ହୋଇଛି।

ନିକଟରେ ପ୍ରିୟଙ୍କା ଚୋପ୍ରା ଯେତେବେଳେ ମୁମ୍ବାଇରେ ପହଞ୍ଚିଥିଲେ,ସେତେବେଳେ ଚର୍ଚ୍ଚା ହୋଇଥିଲା ଯେ, ସେ ‘ଭାରତ୍‌’ରେ ହିରୋଇନ୍‌ ହେବେ ବୋଲି ମୁମ୍ବାଇ ଫେରିଛନ୍ତି। ଏଭଳି ଆକଳନ କରାଯାଉଥିଲା ଯେ,ଦୀର୍ଘ ଦିନ ଦିନ ହେବ ସଲାମାନ୍‌ଙ୍କ ସହିତ ପ୍ରିୟଙ୍କା ଚୋପ୍ରା ଫିଲ୍ମ କରି ନାହାନ୍ତି।ତା’ଛଡ଼ା ତାଙ୍କୁ ଭଲ ବଲିଉଡ଼୍‍ ମୁଭିର ଅଫର ବି ମିଳୁ ନାହିଁ।ଏଥିପାଇଁ ସେ‘ଭାରତ୍‌’ର ସୁଯୋଗକୁ ହାତଛଡ଼ା କରିବେ ନାହିଁ।

ଆହୁରି ମଧ୍ୟ ଶୁଣିବାକୁ ମିଳୁଥିଲା ଯେ,ନିଜେ ପ୍ରିୟଙ୍କା ସଲମାନ୍‌ ଖାନ୍‌ଙ୍କ ଭଉଣୀ ଅର୍ପିତା ଓ ଅଲ୍‌ଭିରାଙ୍କୁ ଭେଟି ‘ଭାରତ୍‌’ରେ ନାୟିକା ଭୂମିକା ପାଇବା ଲାଗି ଲବି କରିବେ।କିନ୍ତୁ ତାହା ସମ୍ଭବ ହେଲା ନାହିଁ।

photo-easterneye

ତେବେ ପ୍ରକୃତ କଥା ହେଲା ଯେ ସଲମାନ୍‌ ଖାନ୍‌ ଗତ କିଛି ବର୍ଷ ତଳୁ ନିଷ୍ପତ୍ତି ନେଇଥିଲେ କି ସେ କେବେ ବି ଆଉ ପ୍ରିୟଙ୍କା ଚୋପ୍ରାଙ୍କ ସହିତ କାମ କରିବେ ନାହିଁ। ସେହି ନିଷ୍ପତ୍ତିରେ ସଲମାନ୍‌ ଆଜି ବି ଅଟଳ ରହିଛନ୍ତି।ଏଣୁ ପ୍ରିୟଙ୍କା ନିଜ ଆଡ଼ୁ ଯେତେ ଚେଷ୍ଟା କରିଲେ ବି କିଛି ସୁଫଳ ମିଳିବ ନାହିଁ।ସଲମାନ୍‌ କାହିଁକି ପ୍ରିୟଙ୍କାଙ୍କ ଉପରେ ରାଗିଛନ୍ତି,ତାହା ଅବଶ୍ୟ  ଜଣା ପଡ଼ିନାହିଁ।

 

ସମ୍ବନ୍ଧିତ ଖବର