କ୍ୟାଟ୍ରିନାଙ୍କୁ ସଲମାନଙ୍କ ଆଗରେ ବିବାହ ପ୍ରସ୍ତାବ ଦେଲେ ଅଭିନେତା ବିକି କୌଶଲ, ମିଳିଲା ଏଭଳି ଉତ୍ତର, ଦେଖନ୍ତୁ କିଭଳି ଥିଲା ସଲମାନଙ୍କ ପ୍ରତିକ୍ରିୟା

ମୁମ୍ବାଇ: ଖୁବ୍‌ କମ ଫିଲ୍ମରେ କାମ କରି ମଧ୍ୟ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି ଅଭିନେତା ବିକି କୌଶଲ । ଫିଲ୍ମ ରାଜି ଏବଂ ସଞ୍ଜୁ ଭଳି ଫିଲ୍ମରେ କାମ କରି ସେ ନିଜ ଅଭିନୟର ଦକ୍ଷତା ଦେଖାଇ ସାରିଥିବା ବେଳେ ଏବେ ତାଙ୍କର ଡ଼ିମାଣ୍ଡ ବଢ଼ିବାରେ ଲାଗିଛି । ନିଜର ଆଗାମୀ ଫିଲ୍ମ ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍‌ ପାଇଁ ସେ ଏବେ ଚର୍ଚ୍ଚାରେ ଥିବା ବେଳେ କ୍ୟାଟ୍ରିନାଙ୍କୁ ବିବାହ ପ୍ରସ୍ତାବ ଦେଇ ସେ ଚର୍ଚ୍ଚିତ ହୋଇଛନ୍ତି । କିଛି ଦିନ ତଳେ ହୋଇଥିବା ଏକ ଆଓ୍ଵାର୍ଡ଼ ସୋ’ରେ ବିକି କୌଶଲ କ୍ୟାଟ୍ରିନାଙ୍କ ବିବାହ ପ୍ରସ୍ତାବ ଦେଇଥିଲେ ।

 

View this post on Instagram

 

?? . . . #instabolly #bollyinsta

A post shared by Bollywood?725k? (@bollylnsta) on

ସାମ୍ନାରେ ସଲମାନ ବସିଥିବା ବେଳେ ସେ ସମସ୍ତଙ୍କ ଆଗରେ ମୁଝ୍‌ସେ ସାଦି କରୋଗି ବୋଲି କ୍ୟାଟ୍ରିନାଙ୍କୁ ପଚାରିଥିଲେ । ଏହା ଶୁଣି ନିଜ ଭଉଣୀ ଅର୍ପିତା ଖାନ୍‌ ଶର୍ମାଙ୍କ ପାଖରେ ବସିଥିବା ସଲମାନ ତାଙ୍କ କାନ୍ଧରେ ମୁଣ୍ଡ ରଖି ବସି ପଡ଼ିଥିଲେ । ଏହା ପରେ କ୍ୟାଟ୍ରିନା ବିକିଙ୍କୁ ତାଙ୍କର ପ୍ରଶ୍ନର ଉତ୍ତର ଦେଇଥିଲେ । ନିଜ ଉତ୍ତରରେ ସାହାସ ନାହିଁ ବୋଲି କହିଥିଲେ କ୍ୟାଟ୍ରିନା । କ୍ୟାଟ୍ରିନାଙ୍କ ଉତ୍ତର ଶୁଣି ସଲମାନ ପୁଣି ଉଠି ପଡ଼ି ହସିବାକୁ ଲାଗିଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ସମ୍ବନ୍ଧିତ ଖବର