ବଲିଉଡର ଏହି ନାମୀ ନିର୍ଦ୍ଦେଶକଙ୍କ ସହ ପୁଣି କାମ କରିବେ ସଲମାନ୍, ଜାଣନ୍ତୁ କ’ଣ ସେହି ସିନେମାର ଟାଇଟଲ୍

ମୁମ୍ବାଇ: ବଲିଉଡର ଜଣାଶୁଣା ନିର୍ମାତା-ନିର୍ଦ୍ଦେଶକ ସଂଜୟ ଲୀଳା ଭଂସାଲୀ ପୁଣି ଥରେ ସୁପରଷ୍ଟାର୍‌ ସଲମାନ ଖାନ୍‌ଙ୍କୁ ନେଇ ଏକ ଫିଲ୍ମ ନିର୍ମାଣ କରିବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଏହି ଫିଲ୍ମର ଟାଇଟଲ୍‌ ବି ଇତିମଧ୍ୟରେ ଫାଇନାଲ୍‌ ବି ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଏହି ଫିଲ୍ମର ଟାଇଟଲ ହେଲା ‘ଇନ୍‌ସା ଆଲ୍ଳା’ ।
ସଂଜୟ ଲୀଳା ଭଂସାଲୀଙ୍କ ନିକଟତମ ସୂତ୍ରରୁ ଜଣାଯାଇଛି ଗତ ସପ୍ତାହରେ ଫିଲ୍ମର ଟାଇଟଲ୍‌ ମଧ୍ୟ ପଂଜିକୃତ ହୋଇସାରିଛି। ଇତିମଧ୍ୟରେ ଏହାର ସ୍କ୍ରିପ୍ଟ କାମ ଆରମ୍ଭ ହୋଇଯାଇଛି। ସାଧାରଣତଃ ନିର୍ଦ୍ଦେଶକ ସଂଜୟ ଲୀଳା ଭଂସାଲୀ ନିଜ ସିନେମାର ସକ୍ରିପ୍ଟ କାମ ପାଇଁ ଛଅରୁ ନଅ ମାସ ସମୟ ଦେଇଥାଆନ୍ତି।
ଆହୁରି ମଧ୍ୟ କୁହାଯାଉଛି ଯେ ଇତିମଧ୍ୟରେ ନିର୍ମାତା-ନିର୍ଦ୍ଦେଶକ ସଂଜୟ ଲୀଳା ଭଂସାଲୀ ସୁପରଷ୍ଟାର ସଲମାନ୍‌ ଖାନଙ୍କୁ ଭେଟିଛନ୍ତି। ସଲମାନଙ୍କୁ କାହାଣୀ ଶୁଣାଇଛନ୍ତି ସଂଜୟ ଓ ସେ ରାଜି ହୋଇଥିବା କୁହାଯାଉଛି।
ସଲମାନ୍‌ ଖାନ୍‌ ‘ଭାରତ’ ଓ ‘ଦବଙ୍ଗ-୩’ ର କାମ ଶେଷ କରିବାରେ ସଂଜୟ ଲୀଳା ଭଂସାଲୀଙ୍କ ‘ଇନ୍‌ସା ଆଲ୍ଲା’ର ସୁଟିଂ କରିବେ। ଯାହା ଜଣାପଡୁଛି ସଲମାନ୍‌ ଖାନ୍‌ ଏହି ଫିଲ୍ମର ସୁଟିଂ ୨୦୧୯ରେ ଆରମ୍ଭ ହେବ।


ଏଠାରେ ସୂଚନାଯୋଗ୍ୟ ଯେ ସଲମାନ୍‌ ଖାନ୍‌ଙ୍କୁ ନେଇ ସଂଜୟ ଲୀଳା ଭଂସାଲୀ ଖାମୋସି ଦ ମ୍ୟୁଜିକାଲ, ହମ୍‌ ଦିଲ୍‌ ଦେ ଚୁକେ ସନମ୍‌ ଓ ସାଓ୍ଵରିୟା ଆଦି ସିନେମା ନିର୍ମାଣ କରିଥିଲେ। ଯଦି ଏପରି ଘଟେ ତେବେ ପ୍ରାୟ ୧୨ ବର୍ଷ ପରେ ସଂଜୟ ଲୀଳା ଭଂସାଲୀ ଓ ସଲମାନ୍‌ ଖାନ୍‌ ଏକାଠି କାମ କରିବେ ବୋଲି କୁହାଯିବ।

ସମ୍ବନ୍ଧିତ ଖବର