ସାହାରୁଖ ସଲମାନଙ୍କ ସହ ନଜର ଆସିବେ ନାହିଁ କ୍ୟାଟ୍ରିନା

 

ନୂଆଦିଲ୍ଲୀ : ସାହାରୁଖଙ୍କ ଆଗାମୀ ଚଳଚ୍ଚିତ୍ର ‘ଜିରୋ’ ଏହି ବର୍ଷ ଶେଷରେ ରିଲିଜ ହେବାକୁ ଯାଉଛି। ଏଥିରେ ସାହାରୁଖଙ୍କ ଭିନ୍ନ ଚରିତ୍ରକୁ ଦେଖିବା ପାଇଁ ଦର୍ଶକ ଉତ୍ସାହର ସହ ଏହାକୁ ଅପେକ୍ଷା କରିଛନ୍ତି । ଏହି ଚଳଚ୍ଚିତ୍ରରେ ସାହାରୁଖଙ୍କ ସହ ପୁଣିଥରେ ନଜର ଆସିବେ କ୍ୟାଟ୍ରିନା ଏବଂ ଅନୁଷ୍କା । ତେବେ ଦର୍ଶକଙ୍କ ଉତ୍ସହାର ପ୍ରକୃତ କାରଣ ହେଉଛି ଏହି ଚଳଚ୍ଚିତ୍ର ଥିବା ଏକ ଖାସ ଗୀତ। ଯେଉଁଥିରେ ଏକା ସାଙ୍ଗରେ ଦେଖିବାକୁ ମିଳିବ ସାହାରୁଖ ଖାନ ଏବଂ ସଲମାନ ଖାନଙ୍କୁ । ତେବେ କିଛି ଦିନ ପୂର୍ବେ ଏପରି ଖବର ଆସୁଥିଲା କି ଏହି ଗୀତରେ ସାହାରୁଖ ଏବଂ ସଲମାନଙ୍କ ସହ କ୍ୟାଟ୍ରିନା ମଧ୍ୟ ନଜର ଆସିବାର ଥିଲା । କିନ୍ତୁ ବର୍ତ୍ତମାନ ଏକ ମିଡ଼ିଆ ରିପୋର୍ଟରୁ ଜଣାପଡ଼ିଛି ସେହି ଭିଡ଼ିଓରେ କ୍ୟାଟ୍ରିନାଙ୍କର କୌଣସି ଭୂମିକା ନାହିଁ ।

India Today

ମିଡ଼ିଆ ରିପୋର୍ଟ ଅନୁଯାୟୀ , ଏହି ଗୀତର ସୁଂଟି ଆରମ୍ଭରୁ ହିଁ ଏଥିରେ କ୍ୟାଟ୍ରିନା ଥିବା ନେଇ ଚର୍ଚ୍ଚା ଚାଲୁଥିଲା । ଗୀତଟିର ସୁଟିଂ ଶେଷ ହୋଇଥିବା ବେଳେ ଏଥିରେ କ୍ୟାଟ୍ରିନାଙ୍କର କୌଣସି ଭୂମିକା ନାହିଁ ବୋଲି ଜଣାପଡ଼ିଛି। ଏଥିରେ କେବଳ ସଲମାନ ଏବଂ ସାହାରୁଖ ଦେଖାଦେବେ । ଚଳଚ୍ଚିତ୍ରର କାହଣୀ ଅନୁଯାୟୀ ସାହାରୁଖ କ୍ୟାଟ୍ରିନାଙ୍କର ପ୍ରଂଶସକର ଭୂମିକାରେ ରହିଛନ୍ତି । ତେବେ ଏହି ଗୀତରେ ସାହାରୁଖ ଏବଂ ସଲମାନ ପରସ୍ପରକୁ ଆକ୍ଷେପ କରି ଗୀତ ଗାଉଥିବାର ଜାଣାପଡ଼ିଛି। ଚଳଚ୍ଚିତ୍ରର ସଂପୂର୍ଣ୍ଣ ଟିମ ଏହି ଗୀତଟିକୁ ନେଇ ବହୁତ ଉତ୍ସାହିତ ରହିଛି। ଜିରୋ ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦାୟିତ୍ୱ ଆନନ୍ଦଏଲ ରାଏ କରିଥିବା ବେଳେ ଏହା ଡ଼ିସେମ୍ବର ୨୧ ତାରିଖରେ ରିଲିଜ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର