ସଲମାନଙ୍କୁ ଭାରୀ ପଡ଼ିଲା ଅଟଳ ବିହାରୀ ବାଜପେୟୀଙ୍କୁ ନେଇ କରିଥିବା ଟ୍ଵିଟ୍‌, ମିଳିଲା ଏଭଳି ପ୍ରତିକ୍ରିୟା

ମୁମ୍ବାଇ :  ଏବେ ନିଜର ଆଗାମୀ ଫିଲ୍ମ ଭାରତର ସୁଟିଂରେ ବ୍ୟସ୍ତ ଅଛନ୍ତି ସଲମାନ । ‘ରେସ୍‌-୩’ ଭଲ ବ୍ୟବସାୟ କରି ପାରି ନଥିବାରୁ ଏବେ ‘ଭାରତ’କୁ ନେଇ ଗମ୍ଭୀର ହୋଇ ଯାଇଛନ୍ତି ସଲମାନ । ଫିଲ୍ମଟି କିପରି ଭଲ ହେବ ସେ ନେଇ ଉଦ୍ୟମ ଆରମ୍ଭ କରିଛନ୍ତି । ବୋଧହୁଏ ସେଥିପାଇଁ ତାଙ୍କ ଦ୍ୱାରା ଏପରି ଭୁଲ ହୋଇଛି । ଯାହା ଦ୍ୱାରା ତାଙ୍କୁ ସୋସିଆଲ ମିଡ଼ିଆରେ ଟ୍ରୋଲ ହେବାକୁ ପଡ଼ିଛି ।


ସଲମାନ ମଙ୍ଗଳବାର ନିଜ ଟ୍ଵିଟର ଆକାଉଣ୍ଟକୁ ଯାଇ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଶୋକ ପ୍ରକାଶ କରି ଏକ ଟ୍ଵିଟ କରିଥିଲେ । ଏଥି ପାଇଁ ତାଙ୍କୁ ଟ୍ଵିଟର ବ୍ୟବହାକାରୀ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ବିୟୋଗର ୫ଦିନ ପରେ ସଲମାନ ଶୋକ ପ୍ରକାଶ କରିଥିବାରୁ ତାଙ୍କୁ ବ୍ୟବହାକରୀମାନେ ଟ୍ରୋଲ କରିଛନ୍ତି । ଜଣେ ମହାନ ନେତା,ଦିଗ୍ଗଜ୍‌ ରାଜନେତା,ବକ୍ତା ଏବଂ ଜଣେ ମହାନ ବ୍ୟକ୍ତି ଅଟଲଜୀଙ୍କ ବିୟୋଗରେ ମୁଁ ଦୁଃଖୀ ବୋଲି ଲେଖି ସଲମାନ ଟ୍ଵିଟ୍‌ କରିଥିଲେ । ଏହି ଟ୍ଵିଟ୍‌ ପରେ ବହୁତ ଦିନ ପରେ ମନେ ପଡ଼ିଲା ସାର୍‌ ଏବଂ ଟାଇଗର ଶୋଇଥିଲେ ବୋଲି ଲେଖି ବ୍ୟବହାକାରୀମାନେ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ । ସୂଚନା ମୁତାବକ, ଅଗଷ୍ଟ ୧୬ରେ ଦିଲ୍ଲୀର ଏମ୍ସରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ତାଙ୍କ ବିୟୋଗ ପରେ ଶୁକ୍ରବାର ସବୁ ସରକାରୀ କାର୍ଯ୍ୟାଳୟ ଏବଂ ସ୍କୁଲ-କଲେଜ ବନ୍ଦ ରଖା ଯାଇଥିବା ବେଳେ ୭ଦିନର ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଥିଲା ।

ସମ୍ବନ୍ଧିତ ଖବର