ସଲମାନ୍‌ଙ୍କୁ କ’ଣ ଡାକିଲେ ସେ ରାଗିଯାଆନ୍ତି ?

ମୁମ୍ବାଇ: ବଲିଉଡର ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ଙ୍କ ବୟସ ୫୨ ବର୍ଷ ହେଲାଣି। ସେ କିନ୍ତୁ ନିଜକୁ ଏଭଳି ଫିଟ୍‌ ରଖୁଛନ୍ତି ଯେ କେହି ତାଙ୍କ ବୟସର ଏତେ ବୋଲି ସହଜରେ ଅନୁମାନ କରିପାରିବେନି। ଏଥିପାଇଁ ଆଜିକାର ଅଧିକାଂଶ କଳାକାର ସଲମାନ୍‌ ଖାନ୍‌ଙ୍କୁ ନିଜର ଆଦର୍ଶ ଭାବେ ଗ୍ରହଣ କରିଛନ୍ତି।
ସଲମାନ୍‌ ଖାନ୍‌ଙ୍କୁ ଏବେ ବି ନିର୍ଦ୍ଦେଶକମାନେ ନାୟକ ଭୂମିକାରେ ନେଉଛନ୍ତି। ତାଙ୍କୁ ଭାଇଜାନ୍‌ ବୋଲି ମଧ୍ୟ କୁହାଯାଏ। ହେଲେ ସଲମାନ୍‌ ଖାନ୍‌ ଚାହାଁନ୍ତି ନାହିଁ କି ତାଙ୍କୁ କେହି ଅଙ୍କଲ୍‌ ବୋଲି ସମ୍ବୋଧନ କରନ୍ତୁ।

ଏବେ ସଲମାନ୍‌ଙ୍କ ଖାନ୍‌ଙ୍କୁ ରିଆଲିଟି ସୋ’‘ଦଶ୍‌କା ଦମ୍‌’ର ଉପସ୍ଥାପକ ଭାବେ ଦେଖିବାକୁ ମିଳୁଛି। ଏଥିରେ ଏକ ପ୍ରଶ୍ନ ପଚରାଯାଇଥିଲା କି କେତେ ପ୍ରତିଶତ ମହିଳା ଆଣ୍ଟି ଡ଼ାକରେ ଚିଡ଼ି ଯାଆନ୍ତି ଓ ରାଗରେ ତାଙ୍କୁ ଡାକୁଥିବା ଲୋକଙ୍କୁ ତାଗିଦ୍‌ କରିଥାନ୍ତି?


ଏହି ପ୍ରଶ୍ନ କହିବା ସମୟରେ ସଲମାନ୍‌ ଖାନ୍‌ ନିଜ ଜୀବନର ଏକ ସତକୁ ମଧ୍ୟ ସମସ୍ତଙ୍କ ସାମ୍ନାରେ ରଖିଥିଲେ। ସେ କହିଥିଲେ ଯେ,ତାଙ୍କୁ କେହି ଅଙ୍କଲ୍‌ ବୋଲି ଡାକିଲେ ସେ ଚିଡିଯାଆନ୍ତି। ଏଥିପାଇଁ ସଲମାନ୍‌ ତାଙ୍କର ସାଙ୍ଗମାନଙ୍କ ପିଲାମାନଙ୍କୁ ଥରେ ପରାମର୍ଶ ଦେଇଥିଲେ ତାଙ୍କୁ କେହି ‘ଅଙ୍କଲ୍‌’ବୋଲି ନ ଡାକନ୍ତୁ। ହେଲେ ସେହି ପିଲାମାନେ ତାଙ୍କ କଥା ନ ମାନି ‘ଅଙ୍କଲ୍‌’ ବୋଲି ଡାକିଥିଲେ। ଏଥିରେ ରାଗି ଗଲେ ସଲମାନ୍‌ ଖାନ୍‌। ସେ ରାଗିଯାଇ ପିଲାମାନଙ୍କୁ କହିଥିଲେ ‘ଯଦି ଏହାପରେ ଆଉ ‘ଅଙ୍କଲ୍‌’ ବୋଲି ଡାକିବ,ତେବେ ମୁଁ ତୁମମାନଙ୍କ ସହିତ ଆଦୌ କଥା ହେବି ନାହିଁ।’

ସମ୍ବନ୍ଧିତ ଖବର