ସଲମାନ୍‌ ଖାନଙ୍କ ଅଭିନୀତ ଆଉ ଏକ ସୁପରହିଟ୍‌ ସିନେମାର ରିମେକରେ କାମ କରିବେ ବରୁଣ ଧଓ୍ଵନ୍‌

ମୁମ୍ବାଇ:ବଲିଉଡର ହଟ୍‌ ହିରୋ ବରୁଣ ଧଓ୍ଵନ୍‌ ପୁଣି ସଲମାନ୍‌ ଖାନଙ୍କ ଅଭିନୀତ ଏକ ସୁପରହିଟ୍‌ ସିନେମାର ରିମେକରେ କାମ କରିବେ ବୋଲି ଚର୍ଚ୍ଚା ହେଉଛି। ଏହି ସିନେମା ହେଲା ସଲମାନ୍‌ ଖାନ୍‌ –କରିସ୍ମା କପୁର ଷ୍ଟାରର ‘ବିବି ନମ୍ବର ଓ୍ଵାନ୍‌’। ଏହାର ପ୍ରଯୋଜକ ଥିଲେ ବାସୁ ଭଗନାନୀ ଏବଂ ନିର୍ଦ୍ଦେଶନା ଦେଇଥିଲେ ଡେଭିଡ ଧଓ୍ଵନ୍‌ । ଏବେ ଏହାର ରିମେକର ବି ନିର୍ଦ୍ଦେଶନା ଦେବେ ଡେଭିଡ ଧଓ୍ଵନ୍‌ । ଆଉ ସବୁଠୁ ବଡ଼ କଥା ହେଲା ଯେ ଏହି ରିମେକରେ ଆଲିଆ ଭଟ୍ଟ ହୋଇପାରନ୍ତି ବରୁଣଙ୍କ ନାୟିକା ବୋଲି ମଧ୍ୟ ଶୁଣିବାକୁ ମିଳୁଛି।

photo-deccan chronicle

ଏଠାରେ ଉଲ୍ଲେଖଯୋଗ୍ୟ ଯେ ନାୟିକା ଆଲିଆ ଭଟ୍ଟ ଏବେ ପୁଣି ଥରେ ତାଙ୍କର ପ୍ରିୟ କୋ-ଷ୍ଟାର୍‌ ବରୁଣ ଧଓ୍ଵନ୍‌ଙ୍କ ସହ କାମ କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ଇତି ମଧ୍ୟରେ ଜଣେ ନିର୍ଦ୍ଦେଶକଙ୍କ ପାଖକୁ ଯାଇ କାମ ମାଗିଛନ୍ତି। ଆଲିଆ ପୁଣି ବରୁଣ ଧଓ୍ଵନ୍‌ଙ୍କ ସହ ସ୍କ୍ରିନ୍‌ ସେଆର୍‌ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ଚାହୁଁଥିଲେ ଯେ ନିର୍ଦ୍ଦେଶକ ଡେଭିଡ୍‌ ଧଓ୍ଵନ୍‌ ତାଙ୍କୁ ‘ଜୁଡଓ୍ଵା-୩’ରେ ବରୁଣଙ୍କ ବିପକ୍ଷରେ କାଷ୍ଟ କରନ୍ତୁ। ‘ଜୁଡଓ୍ଵା-୨’ରେ ବରୁଣଙ୍କ ବିପକ୍ଷରେ ଜାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଏବଂ ତାପସୀ ପାନୁ ଅଭିନୟ କରିଥିଲେ। ଏହା ସୁପରହିଟ୍‌ ହୋଇଥିଲା ।ଏଥିପାଇଁ ଆଲିଆ ନିଜେ ନିର୍ଦ୍ଦେଶକ ଡେଭିଡ୍‌ ଧଓ୍ଵନ୍‌ଙ୍କୁ ଭେଟି ନିଜର ମନ କଥା କହିଛନ୍ତି। ଡେଭିଡ୍‌ ଧଓ୍ଵନ୍‌ ହେଉଛନ୍ତି ବରୁଣଙ୍କର ପିତା । ଆଲିଆଙ୍କ ଅନୁଯାୟୀ ସେ ଏକ ଧମାଲ୍‌ କମେଡି ସିନେମାରେ କାମ କରିବାକୁ ଇଚ୍ଛୁକ। ବରୁଣ ଧଓ୍ଵନ୍‌ଙ୍କ ସହ ତାଙ୍କର ଯୋଡିକୁ ଦର୍ଶକ ସବୁ ବେଳେ ପସନ୍ଦ କରିଥିବା ହେତୁ ପୁଣି ଥରେ ଧମାକା କରିବାକୁ ଚାହାଁନ୍ତି ଆଲିଆ ଭଟ୍ଟ । ଆଗରୁ ବରୁଣ-ଆଲିଆ ଯୋଡି ‘ଦି ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର୍‌’, ‘ହଂପଟି ଶର୍ମା କି ଦୁଲହନିଆ’ ଏବଂ ‘ବଦ୍ରିନାଥକି ଦୁଲହନିଆ’ ସିନେମାରେ ଏକାଠି ନଜର ଆସିଛନ୍ତି।

 

photo-youtube

ଯାହା ଜଣାପଡ଼ୁଛି ଆଲିଆଙ୍କର ଏହି ଅଭିଳାଷ ପୂରଣ ହେବାକୁ ଯାଉଛି। ଏବେ ‘ଜୁଡଓ୍ଵା-୩’ର କିଛି ଯୋଜନା ନଥିବା ହେତୁ ଡେଭିଡ ଆଲିଆ ଏବଂ ବରୁଣଙ୍କୁ ନେଇ ‘ବିବି ନମ୍ବର ଓ୍ଵାନ୍‌’ର ରିମେକ୍‌ ତିଆରି କରିବେ।ବଲିଉଡର ଲୋକପ୍ରିୟ ନାୟକ ବରୁଣ ଧଓ୍ଵନଏବଂ ହଟ୍‌ ନାୟିକା ଆଲିଆ ଭଟ୍ଟଙ୍କର ଯୋଡିକୁ ବଲିଉଡରେ ଏକ ହିଟ୍‌ ଯୋଡିର ମାନ୍ୟତା ମିଳିଛି । ଏହାର କାରଣ ହେଲା ଏହି ହିଟ୍‌ ଯୋଡିର ପ୍ରତିଟି ସିନେମା ସୁପରହିଟ୍‌ ହୋଇଛି । ଏ ଦୁହେଁ କରଣ ଜୋହରଙ୍କ ସୁପରହିଟ୍‌ ଛବି ଦି ଷ୍ଟୁଡେଣ୍ଟ୍‌ ଅଫ୍‌ ଦି ଇୟରରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ । ତାପରେ ଏହି ଯୋଡି ପୁଣି ନଜର ଆସିଥିଲେ ଅନ୍ୟ ଏକ ହିଟ୍‌ ଫିଲ୍ମ ହମ୍ପଟି ଶର୍ମାକି ଦୁଲହନିଆରେ । ଏହି ଯୋଡିଙ୍କର ତୃତୀୟ ସିନେମା ‘ବଦ୍ରିନାଥ୍‌ କି ଦୁଲହନିଆ’ ମଧ୍ୟ ବକ୍ସ୍‍ ଅଫିସ୍‌ରେ ଧମାକା କରିଥିଲା ।ଏଦୃଷ୍ଟିରୁ ବରୁଣ ଧଓ୍ଵନଏବଂ ହଟ୍‌ ନାୟିକା ଆଲିଆ ଭଟ୍ଟଙ୍କର ଯୋଡି ବଲିଉଡରେ ହାଟ୍ରିକ୍‌ କରିଛନ୍ତି ବୋଲି କୁହାଯିବ । କାରଣ ଗତ କିଛି ବର୍ଷଭିତରେ ଏମିତି କୌଣସି ଯୋଡି ପରଦାକୁ ଆସିନାହାନ୍ତି ଯେଉଁମାନେ ଲଗାତାର ତିନିଟି ବ୍ଲକ୍‌ ବଷ୍ଟର୍‌ ମୁଭି ଦେଇଛନ୍ତି ।

ସମ୍ବନ୍ଧିତ ଖବର