କ୍ୟାଟ୍‌ ଓ ଲୁଲିଆଙ୍କ ସହ ଏକତ୍ର ନଜର ଆସିଲେ ଭାଇଜାନ୍‌!

ବଲିଉଡ ଦବଙ୍ଗ ସଲମାନ ଖାନ୍‌ ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି। ବର୍ତ୍ତମାନ କିନ୍ତୁ ତାଙ୍କ ଦୁଇ ଏକ୍ସ୍‌ ଗାର୍ଲଫ୍ରେଣ୍ଡଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି ସଲମାନ। ସଲମାନ ତାଙ୍କର ଏକ୍ସ ଗାର୍ଲଫ୍ରେଣ୍ଡ ଲୁଲିଆ ବଂତୁର ଓ କାଟ୍ରିନା କୈଫଙ୍କ ସହିତ ଏକ ପାର୍ଟିରେ ସାମ୍ନାକୁ ଆସିଥିବା ଦେଖିବାକୁ ମିଳିଥିଲା।

ସୂଚନା ଅନୁସାରେ ସଲମାନ, ତାଙ୍କ ଭଉଣୀ ଅର୍ପିତା ଖାନ ଶର୍ମାଙ୍କ ତୃତୀୟ ବିବାହ ବାର୍ଷିକ ଉତ୍ସବରେ ଯୋଗଦେଇଥିଲେ। ଅର୍ପିତା ଓ ସ୍ୱାମୀ ଆୟୁଷ ଶର୍ମା ମୁମ୍ବାଇର ବାଂଦ୍ରାସ୍ଥିତ ଘରେ ବିଶାଳ ପାର୍ଟିର ଆୟୋଜନ କରିଥିଲେ। ସଲମାନ ଓ ଲୁଲିଆଙ୍କ ବ୍ରେକଅପ ପରେ ଦୁହିଁଙ୍କୁ ପ୍ରଥମ ଥର ପାଇଁ ଏକାଠି ଦେଖିବାକୁ ମିଳିଥିଲା। ଖବର ଅନୁସାରେ ଭିସା ଏକ୍ସପାରି ହୋଇଥିବାରୁ ଜୁଲିଆ ବିଦେଶରେ ଥିଲେ ବୋଲି ଜଣାପଡିଛି। କିନ୍ତୁ ବର୍ତ୍ତମାନ ମୁମ୍ବାଇକୁ ଆସି ସଲମାନ ଖାନଙ୍କ ବାପାଓମା’ଙ୍କ ସହ ତାଙ୍କ ଭଉଣୀ ଘରେ ଆୟୋଜିତ ପାର୍ଟିରେ ଯୋଗଦେଇଥିଲେ।

ଏହି ପାର୍ଟିରେ ସଲମାନ, କାଟ୍ରିନା ଓ ଲୁଲିଆଙ୍କ ବ୍ୟତୀତ ମଲାଇକା ଅରୋରା ଓ ତାଙ୍କ ଭଉଣୀ ଅମୃତା ଅରୋରା, ସୋହା ଅଲୀ ଖାନ, କୁନାଲ ଖେମୁ ଏବଂ ଦୀୟା ର୍ମିଜା ଭଳି ଅନେକ କଳାକାର ଉପସ୍ଥିତ ଥିଲେ। ଦୀୟା ର୍ମିଜା ତାଙ୍କ ସ୍ୱାମୀ ସାହିଲ ସାନ୍ଦା, ସେହିପରି ଅମୃତ ଅରୋରା ତାଙ୍କ ସ୍ୱାମୀ ଶକିଲ ଏଭଳି ଅନେକ ଯୋଡ଼ିଙ୍କୁ ଦେଖିବାକୁ ମିଳିଥିଲା। ଫିଲ୍ମ ର୍ନିମାତା ସାଜିଦ୍‌ ନାଡିୟାଡବାଲା ତାଙ୍କ ପୂରା ପରିବାର ସହ ଏହି ପାର୍ଟିରେ ଯୋଗ ଦେଇଥିଲେ। ଏହା ସଲମାନଙ୍କ ପାଇଁ ଦୁଇ ଦୁଇଟି ଖୁସିର ସୁଯୋଗ ଥିଲା । କାରଣ ୧୮ ନଭେମ୍ବର ସଲମାନଙ୍କ ବାପାମାଙ୍କର ମଧ୍ୟ ବିବାହ ବାର୍ଷିକ ହୋଇଥାଏ।

ସଲମାନଙ୍କ ଭଉଣୀ ଅର୍ପିତା କିଛି ବର୍ଷ ତାଙ୍କ ସ୍ୱାମୀ ଆୟୁଷ ସହିତ ସଂପର୍କରେ ରହିଲା ପରେ ୧୮ ନଭେମ୍ବର ୨୦୧୪ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ହାଇଦ୍ରାବାଦର ପଂଚତାରାକା ହୋଟେଲରେ ଦୁହେଁ ପରସ୍ପରକୁ ସ୍ୱାମୀ ଓ ସ୍ତ୍ରୀଭାବେ ସ୍ୱୀକାର କରିଥିଲେ ଏବଂ ମାର୍ଚ୍ଚ ୨୦୧୬ରେ ତାଙ୍କ ପୁଅ ଆହିଲଙ୍କ ଜନ୍ମ ହୋଇଥଲା।

ସମ୍ବନ୍ଧିତ ଖବର