ଚୀନରେ ଅଜବ ନାଁରେ ରିଲିଜ ହେଉଛି ବଜରଙ୍ଗୀ ଭାଇଜାନ୍‌

ନାଁ ରହିଛି ଲିଟିଲ୍‌ ଲୋଲିତା, ମଙ୍କିଗଡ୍‌ ଅଙ୍କଲ୍‌

ଚୀନରେ ଖୁବଶୀଘ୍ର ରିଲିଜ୍‌ ହେବାକୁ ଯାଉଛି ସଲମାନ ଖାଁ ଙ୍କ ସୁପରହିଟ୍‌ ଫିଲ୍ମ ବଜରଙ୍ଗୀ ଭାଇଜାନ। ସ୍ୱାଭାବିକ ଭାବେ ଏହି ଫିଲ୍ମଟି ଚୀନା ଭାଷା ବା ମାଣ୍ଡାରିନରେ ରିଲିଜ୍‌ ହୋଇଛି । ତେବେ ଏହାର ଅଜବ ନାଁ କୁ ନେଇ ସବୁଆଡେ ଚର୍ଚ୍ଚା । ଏହାର ନାଁ ରହିଛି “ଲିଟିଲ୍‌ ଲୋଲିତା, ମଙ୍କିଗଡ୍‌ ଅଙ୍କଲ୍‌” ।

ଏହି ବଲିଉଡ୍‌ ଫିଲ୍ମଟି ୨୦୧୫ରେ ରିଲିଜି ହୋଇ ଉଭୟ ଭାରତ ଓ ପାକିସ୍ତାନରେ ସୁପରହିଟ୍‌ ହୋଇଥିଲା । ଏଥିରେ ହନୁମାନଙ୍କ ଜଣେ ଭକ୍ତ ବଜରଙ୍ଗୀ ( ସଲମାନ ଖାଁ) ଭାରତରେ ଘଟଣାକ୍ରମେ ରହିଯାଇଥିବା ପାକିସ୍ତାନର ଜଣେ ମୁକ ବଧିର ଛୋଟ ବାଳିକା ମୁନ୍ନିକୁ ସୁରକ୍ଷିତ ଭାବେ ପାକିସ୍ତାନରେ ପହଞ୍ଚାଇବାର କାହାଣୀ ରହିଛି ।
କିନ୍ତୁ ଚୀନ ଭାଷାରେ ଏହାର ଯେଉଁ ନାଁ ରଖାଯାଇଛି, ସେଥିରେ ବାଳିକାର ନାଁ ଲିଟିଲ୍‌ ଲୋଲିତା ବୋଲି ରହିଛି । ଏହି ନାଁଟିକୁ ଅଭିନେତା ଶକ୍ତି କପୁର ନିଜ କୌତୁକ ଡାଏଲଗ ଦ୍ୱାରା ବେଶ ଲୋକପ୍ରିୟ କରିଥିଲେ । ଅନ୍ୟପକ୍ଷରେ ସଲମନ ଖାଁଙ୍କ ପାଇଁ ବ୍ୟବହାର ହୋଇଛି ମଙ୍କିଗଡ୍‌ ଅଙ୍କଲ।

ଚୀନରେ ଧୀରେ ଧୀରେ ବଲିଉଡ ଫିଲ୍ମର ଚାହିଦା ବଢୁଛି । ନିକଟରେ ଅମୀର ଖାଁ ଙ୍କ ଫିଲ୍ମ ଦଙ୍ଗଲ ଚୀନରେ ବେଶ ଲୋକପ୍ରିୟ ହୋଇଥିଲା । ଏକ ଅଣ-ହଲିଉଡ ଫିଲ୍ମ ଭାବେ ଏହା ସର୍ବାଧିକ ଆୟ କରିଥିଲା ।

ସମ୍ବନ୍ଧିତ ଖବର