ଏ ବର୍ଷ ପୁରାଦମ୍‌ରେ ଆସିବେ ଓଲିଉଡର ଏହି ସୋବର ଆଣ୍ଡ୍‌ ଷ୍ଟାଇଲିସ୍‌ ହିରୋ

ଭୁବନେଶ୍ୱର: ଓଲିଉଡର ହ୍ୟାଣ୍ଡସମ୍‌ ଆଣ୍ଡ୍‌ ଷ୍ଟାଇଲିସ୍‌ ହିରୋ ସମ୍ବିତଙ୍କ ପାଇଁ ୨୦୧୯ ବେଶ୍‌ ନିଆରା ହେବ ବୋଲି ଏବେଠୁଁ ଆକଳନ କରାଯାଉଛି। ଆସନ୍ତୁ ଜାଣିବା କାହିଁକି ଏମିତି କୁହାଯାଉଛି।ସମ୍ବିତ ‘ପ୍ରେମ ଓ୍ଵଡ୍‌ସ ପ୍ରିୟା’ ଫିଲ୍ମରୁ କ୍ୟାରିଅର୍‌ ଆରମ୍ଭ କରିବା ପରେ କେବେ ବି ଅଟକି ନାହାନ୍ତି। ୨୦୧୮ରେ ତାଙ୍କୁ ମାତ୍ର ଦୁଇଟି ଫିଲ୍ମ ‘ହାପି ଲକି’ଓ ‘ମନ ଖାଲି ତତେ ଚାହେଁ’ରେ ଦେଖିବାକୁ ପାଇଥିଲେ।

୨୦୧୯ ଚାରିଟି ଓଡିଆ ସିନେମାରେ ନଜର ଆସି ପାରନ୍ତି ସମ୍ବିତ। ତାଙ୍କ ହାତରେ ଥିବା ଦୁଇଟି ସିନେମା ଏବେ ରିଲିଜ୍‌ ଅପେକ୍ଷାରେ ରହିଛି। ଏଥିମଧ୍ୟରୁ ପ୍ରଥମଟି ହେଲା ‘ପ୍ରେମ ପାଇଁ ମହାଭାରତ’। ପ୍ରଦୀପ୍ତ କିଶୋର ଆଚାର୍ଯ୍ୟଙ୍କ ପ୍ରଯୋଜିତ ତଥା ନିଂରଜନ ବେହେରାଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ସମ୍ବିତଙ୍କ ନାୟିକା ହେଲେ ରୀୟା। ଏହା ଏକ ଭିନ୍ନ ଧରଣର କାହାଣୀ ହୋଇଥିବା ହେତୁ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି ସମ୍ବିତ୍‌।

ସମ୍ବିତଙ୍କର ଅନ୍ୟ ଏକ ସିନେମା ହେଲା ‘ଯୋଉଠି ଥିଲେ ବି ତୁ ମୋ’ର’। ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ଏହି ଓଡ଼ିଆ ଫିଲ୍ମରେ ରୀୟା ଓ ଆର୍ଯ୍ୟନ କୁମାରଙ୍କ ସହିତ ମୁଖ୍ୟ ଭୂମିକାରେ ନଜର ଆସିବେ ସମ୍ବିତ। ୨୦୧୯ରେ ସମ୍ବିତ୍‌ ଦୁଇଟି ନୂଆ ସିନେମାର ସୁଟିଂ ଆରମ୍ଭ କରିପାରନ୍ତି। ଏଥିମଧ୍ୟରୁ ଗୋଟିଏ ହେଲା ‘ଓ୍ଵାଇଫ୍‌ ଇଜ୍‌ ମାଇଁ ଲାଇଫ୍‌’ ଓ ଅନ୍ୟଟି ‘ଫିଲ୍‌ ମାଇଁ ଦିଲ୍‌’। ପ୍ରଥମଟିର ନିର୍ଦ୍ଦେଶକ ହେଲେ ନିରଂଜନ ବେହେରା ଓ ଅନ୍ୟଟିର ଶୈଳେନ୍ଦ୍ର ମିଶ୍ର (ବାବି)। ଏହା ଛଡ଼ା ଅଧାରେ ଅଟକି ଥିବା ସମ୍ବିତଙ୍କ ଏକ ଓଡ଼ିଆ ସିନେମା ‘ବିଶ୍ୱନାଥ’ ବି ରିଲିଜ୍‌ ହୋଇପାରେ। ଖାଲିି ସେତିକି ନୁହେଁ ସେ ଅନ୍ୟ ସିନେମାରେ ବି କାମ କରିପାରନ୍ତି। କାରଣ ତାଙ୍କ ହାତରେ ନୂଆ ଅଫର୍‌ ବି ରହିଛି । ସମ୍ବିତଙ୍କ ଅଭିନୀତ ତେଲୁଗୁ ସିନେମା‘ ଲାଲିଜୋ ଲାଲିଜୋ’ ବି ୨୦୧୯ରେ ରିଲିଜ୍‌ ହୋଇପାରେ।

ସମ୍ବନ୍ଧିତ ଖବର