୨୦୧୮ରେ ଦୁଇ ନାୟିକାଙ୍କ ସହ ପ୍ରଥମ ଥରପାଇଁ ରୋମାନସ୍‌ କଲେ ସମ୍ବିତ

ଓଲିଉଡର ଜଣାଶୁଣା ନାୟକ ସମ୍ବିତଙ୍କୁ ଦର୍ଶକ ଚଳିତ ବର୍ଷ ଯେଉଁବୁ ଓଡ଼ିଆ ସିନେମାରେ ଦେଖିବାକୁ ପାଇଛନ୍ତି ,ତାହା ହେଲା ‘ହାପି ଲକି ଏବଂ ‘ମନ ଖାଲି ତତେ ଚାହେଁ । ଏହା ପୂର୍ବରୁ ସେ  ବାଳୁଙ୍ଗା ଟୋକା, ଓମ୍‌ , ଗଞ୍ଜା ଲଢ଼େଇ, ଚଉକା ଛକା, ବନ୍ଧନ, କଟକ-ଦ ସିଲଭର ସିଟି, ଆଶିକ୍‌ , ‘ଲେଖିଛି ନାଆଁ ତୋର’ ‘ତୁଓେ୍ପ୍ରିମକୁ ଦେଖିଲାପରେ’ ଏବଂ ଛାତି ତଳେ ଡିଂ ଡଙ୍ଗ୍‌ ଇତ୍ୟାଦି ଓଡ଼ିଆ ଛବିରେ ଅଭିନୟ କରିସାରିଲେଣି ।

ଇତିମଧ୍ୟରେ କେତେ ଜଣ ନାୟିକାଙ୍କ ବିପକ୍ଷରେ କାମ କରିସାରିଛନ୍ତି ।ସେ ଝିଲିକ୍‌ ,ପିଙ୍କି ପ୍ରିୟଦର୍ଶିନୀଙ୍କ ପରି ଜଣାଶୁଣା ନାୟିକାଙ୍କ ବିପକ୍ଷରେ ନାୟକ ବନିଛନ୍ତି। ସେ କେତେକ ନବାଗତାଙ୍କ ବିପକ୍ଷରେ ବି ନଜର ଆସିଛନ୍ତି। ତେବେ ସମ୍ବିତ୍‌ ଜଣେ ନବାଗତାଙ୍କ ସହ ସ୍କ୍ରିନ୍‌ ସେଆର୍‌ କରିଛନ୍ତି। ଏହି ନବାଗତାଜଣକ ହେଲେ ସସ୍ମିତା। ସସ୍ମିତା ରିଅଲିଟି ସୋ’ ‘କିଏ ହବ ମୋ’ ହିରୋଇନ୍‌’ ଜରିଆରେ ସମ୍ବିତଙ୍କ ନାୟିକା ହେବାର ସୁଯୋଗ ପାଇଛନ୍ତି।


ଏଣେ ସମ୍ବିତ୍‌ ଓଲିଉଡର ଅଳ୍ପ ପରିଚିତା ଜଣେ ନାୟିକା ସହ ମଧ୍ୟ ପ୍ରଥମ ଥର ଲାଗି ସ୍କ୍ରିନ୍‌ ସେଆର୍‌ କରିଛନ୍ତି । ସେ ହେଲେ ଅଙ୍କିତା । ଅଙ୍କିତା ପୂର୍ବରୁ ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘ମିଠାମିଠା’ରେ ନାୟିକା ଭୂମିକାରେ ଅଭିନୟ କରିଛନ୍ତି। ଦର୍ଶକ ସମ୍ବିତଙ୍କ ସହିତ ଅଙ୍କିତାଙ୍କୁ ପ୍ରଥମ ଥର ପାଇଁ ଯେଉଁ ସିନେମାରେ ଦେଖିବାକୁ ପାଇଲେ ତାହା ହେଲା ‘ମନ ଖାଲି ତତେ ଚାହେଁ ’ । ଏହାର ନିର୍ଦ୍ଦେଶକ ହେଲେ ନିମାଇଁ ଓଝା । ଏହି ସିନେମାରେ ସମ୍ବିତ- ଅଙ୍କିତାଙ୍କ ପ୍ରେମ କାହାଣୀ ଦେଖିବାକୁ ମିଳଥିଲା।ପ୍ରାପ୍ତ ସୂଚନା ଅନୁଯାୟୀ ଅନ୍ୟ କୌଣସିି ସିନେମା ୨୦୧୮ରେ ରିଲିଜ୍‌ ହେବ ନାହିଁ।

ସମ୍ବନ୍ଧିତ ଖବର