ଭିନ୍ନ ଅବତାରରେ ଓଡ଼ିଆ ନାୟିକା ସମିତା

ଭୁବନେଶ୍ବର: ୨୦୧୯ରେ ପରଦାକୁ ଆସିଥିବାଏକ ଓଡ଼ିଆ ସିନେମା ହେଲା ‘ବାପା ,ତୁମେ ଭାରି ଦୁଷ୍ଟ’। ଏଥିରେ ଟେଲି ଦୁନିଆଁର ଦୁଇ ଜଣ ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀଙ୍କୁ ବଡ ପରଦାରେ ନାୟକ-ନାୟିକା ଭୂମିକାରେ ଦେଖିବାକୁ ମିଳିଥିଲା। ଏମାନଙ୍କୁ ଭିତରୁ ନାୟକ ହେଲେ ଜି ସାର୍ଥକ ରେ ପ୍ରସାରିତ ମେଗା ଧାରାବାହିକ ‘ମାନିନୀ’ରେ ନାୟକ ଭୂମିକା ନିଭାଇଥିବା ଜୟଜିତ୍‌ ।

ଅପରପକ୍ଷରେ ‘ଜେଜେମା’ ସିରିଏଲ୍‌ରେ ଅଭିନୟ କରି ଲୋକ ଲୋଚନକୁ ଆସିଥିବା ସମିତାଙ୍କୁ ଏହି ସିନେମାରେ ଜୟଜିତଙ୍କ ବିପକ୍ଷରେ ନାୟିକା ଭୂମିକାରେ ଦେଖିବାକୁ ମିଳିଥିଲା। ଦର୍ଶକ ଜୟଜିତ୍‌-ସମିତାଙ୍କ ନୂଆ ଯୋଡ଼ି ସାଙ୍ଗକୁ ପ୍ରଦ୍ୟୁମ୍ନ ଲେକାଙ୍କ ରବି ମିଶ୍ର ଇଲୁ ବାନାର୍ଜୀ ପ୍ରମୁଖଙ୍କର କମେଡି ଅଭିନୟରେ ଦର୍ଶକ ଆମୋଦିତ ହୋଇଥିଲେ।
‘ବାପା, ତୁମେ ଭାରି ଦୁଷ୍ଟ’ ପରେ ଦର୍ଶକ ଜୟଜିତଙ୍କୁ ଦର୍ଶକ ଚଳିତ ବର୍ଷ ‘କୁଇନ୍’ରେ ଦେଖିବାକୁ ପାଇଥିଲେ। ଏଥିରେ ବର୍ଷା ପ୍ରିୟଦର୍ଶିନୀଙ୍କ ବିପକ୍ଷରେ ନାୟକ ବନିଥିଲେ ଜୟଜିତ। ହେଲେ ସମିତାଙ୍କୁ ଅନ୍ୟ କୌଣସି ଓଡ଼ିଆ ସିନେମାରେ ଦେଖିବାକୁ ପାଇନାହାନ୍ତି।

କିନ୍ତୁ ସମିତା ଏକ ମ୍ୟୁଜିକ୍ ଭିଡିଓରେ ଅଭିନୟ କରିଛନ୍ତି, ଯାହା ଏବେ ଚର୍ଚ୍ଚାରେ ରହିଛି। ଏହି ମ୍ୟୁଜିକ୍ ଭିଡିଓର ନାଆଁ ରହିଛି ‘ଛମକା ଛମକା’। ଏଥିରେ ସୌରଭଙ୍କ ବିପକ୍ଷରେ ନାୟିକା ବନିଛନ୍ତି ସମିତା। ଏହି ମ୍ୟୁଜିକ୍ ଭିଡିଓରେ ସମିତାଙ୍କ ବୋଲ୍ଡ ଅବତାର ଦେଖିବାକୁ ମିଳିଛି। ଏହାର ନିର୍ଦେଶନା ଦେଇଛନ୍ତି ରମେଶ ରାଉତ।

ସମ୍ବନ୍ଧିତ ଖବର