ପାର୍ଟିରେ ପ୍ରଜାପତି ଭଳି ଘୂରିବୁଲିବାକୁ ଭଲପାଆନ୍ତି ନାହିଁ ଏହି ନାୟିକା

ମୁମ୍ବାଇ: ନିକଟରେ ନିଜର ଏକତିରିଶତମ ଜନ୍ମ ଦିବସ ପାଳନ କରିଛନ୍ତି ସନା ଖାନ। ତାଙ୍କର ଆଗାମୀ ଫିଲ୍ମ ‘ଟମ୍‌, ଡିକ୍‌ ଆଣ୍ଡ୍‌ ହାରି ୨’ ମୁକ୍ତିଲାଭ ଅପେକ୍ଷାରେ। ସେ ଏବେ ବିକ୍ରମ ଭଟ୍ଟଙ୍କ ଓ୍ଵବ୍‌ ଧାରାବାହିକ ‘ଜିନ୍ଦାବାଦ’ର ସୁଟିଂରେ ବ୍ୟସ୍ତ। ଏହା ମଧ୍ୟ ମୁକ୍ତିଲାଭ କରିବାକୁ ଯାଉଛି। ଏଥିରେ ସେ ‘ବେନଜୀର ଖାନ’ ନାମା ପୁଲିସ୍‌ ଅଫିସର୍‌ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କ ସହ ଅଭିନୟ କରିଛନ୍ତି ଟେଲିଭିଜନ୍‌ ଅଭିନେତ୍ରୀ ସନାୟା ଈରାନୀ ଓ ନିଜେ ବିକ୍ରମ ଭଟ୍ଟ। ସନାଙ୍କ ସଂପର୍କରେ ଆଉ କିଛି ନୂଆ କଥା। ସେ ସୁରାକୁ ଘୃଣା କରନ୍ତି। ସେ କୌଣସି ଆସରରେ ପ୍ରଜାପତି ଭଳି ଘୂରିବୁଲିବାକୁ ଭଲପାଆନ୍ତି ନାହିଁ। ନିହାତି ଦରକାର ନ ଥିଲେ ପାର୍ଟିକୁ ଯାଆନ୍ତିନାହିଁ।ଯଦି ଯାଆନ୍ତି, କୋଣରେ ବସିଥିବା ଦେଖିବାକୁ ମିଳେ।

ସେ ଧାର୍ମିକା; ତେବେ, ଧର୍ମାନ୍ଧ ନୁହନ୍ତି। ତାଙ୍କୁ ସନ୍ତରଣ ଆସେ; ହେଲେ, ପାଣିରେ ପଶନ୍ତି ନାହିଁ। ସନା ଅତି ମାତ୍ରାରେ ସମ୍ବେଦନଶୀଳ। ବିଭିନ୍ନ ପ୍ରକାରର ଖାଦ୍ୟ ଚାଖିବାକୁ; ଆଉ ପସନ୍ଦ ହେଲେ, ପେଟ ଭରି ଖାଇବାକୁ ଭଲପାଆନ୍ତି। ସେ, ମାଧୁରୀ ଦୀକ୍ଷିତଙ୍କ ପ୍ରଶଂସିକା। ତ୍ୱଚାର ଯତ୍ନ ଏତେ ନିଅନ୍ତି ଯେ, ଅନ୍ୟମାନେ ଦେଖିଲେ ହସନ୍ତି। ତାଙ୍କ ପିତା କେରଳୀ ମୁସଲମାନ।

ସମ୍ବନ୍ଧିତ ଖବର