ମୁମ୍ବାଇ: ବଲିଉଡ୍ ଅଭିନେତା ସଂଜୟ ଦତ୍ତ ଏବେ ଚର୍ଚ୍ଚାରେ ଅଛନ୍ତି। ଏବେ ଶୁଣିବାକୁ ମିଳୁଛି ଯେ ସଂଜୟ ଦତ୍ତଙ୍କ ଜୀବନରେ ଜଣେ ନୂଆ ଗର୍ଲଫ୍ରେଣ୍ଡ ଙ୍କର ଏଣ୍ଟ୍ରି ଘଟିଛି। ସେ ହେଉଛନ୍ତି ତାଙ୍କର ଗର୍ଲଫ୍ରେଣ୍ଡ ନଂ-୩୦୯ । ଏହି ପ୍ରେମିକାଙ୍କ ସହିତ ସଂଜୟଙ୍କର ଆଫେଆର୍କୁ ନେଇ ପତ୍ନୀ ମାନ୍ୟତା ଦତ୍ତ ଖୁବ୍ ଚିନ୍ତାରେ ଅଛନ୍ତି।
ସଂଜୟ ଦତ୍ତ ସଂପ୍ରତି ଏକ ନୂଆ ସିନେମାରେ ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ସିନେମା ହେଲା ‘ପ୍ରସ୍ଥାନମ୍’। ଏହି ଫିଲ୍ମରେ ସଂଜୟ ଦତ୍ତଙ୍କ ବିପକ୍ଷରେ ଜଣେ ନୂଆ ନାୟିକା ଅମାୟରା ଦସ୍ତୁର ଅଭିନୟ କରୁଛନ୍ତି। ବୟସରେ ଅମାୟରା ସଂଜୁବାବାଙ୍କ ଝିଅ ତ୍ରିଶାଲାଙ୍କଠାରୁ ବି ସାନ।
ସଂଜୟ ଦତ୍ତ ଓ ଅମାୟରା ଦସ୍ତୁରଙ୍କ ଉପରେ ଫିଲ୍ମରେ କେତୋଟି ହଟ୍ ସିନ୍ ମଧ୍ୟ ରହିଛି। ଏହି ସିନ୍ର ସୁଟିଂ ପୂର୍ବରୁ ଦୁହେଁ ରିହର୍ସାଲ୍ କରୁଛନ୍ତି ଓ ସେଥିପାଇଁ ସଂଜୁ ଓ ଅମାୟରା ଅଧିକାଂଶ ସମୟ ଏକାସାଙ୍ଗେ ରହୁଛନ୍ତି ବୋଲି ଶୁଣିବାକୁ ପାଇଲେ ମାନ୍ୟତା।
ଏକଥା ଜାଣିବା ମାତ୍ରେ ମାନ୍ୟତା କାହାକୁ କିଛି ନ କହି ସିଧାସଳଖ ‘ପ୍ରସ୍ଥାନମ୍’ର ସୁଟିଂ ସେଟ୍ରେ ପହଞ୍ଚିଯାଇଥିଲେ। ସେ ନାୟିକା ଅମାୟରାଙ୍କୁ ସଂଜୟ ଦତ୍ତଙ୍କ ଠାରୁ ଦୂରରେ ରହିବା ଲାଗି କହିଥିଲେ। ମାନ୍ୟତା କୁଆଡ଼େ ଅମାୟରାଙ୍କୁ ଗାଳିଗୁଲଜ ବି କରିଥିଲେ। ଖାଲି ସେତିକି ନୁହେଁ ପ୍ରଯୋଜନା ସଂସ୍ଥାକୁ କହି ସଂଜୟ ଦତ୍ତ ଓ ଅମାୟରାଙ୍କୁ ଅଲଗା ଅଲଗା ହୋଟେଲ୍ରେ ରହିବାର ବ୍ୟବସ୍ଥା ମଧ୍ୟ କରାଇଲେ।
ଖାଲି ସେତିକି ନୁହେଁ ଭବିଷ୍ୟତରେ ଅମାୟରାଙ୍କ ସହିତ କୌଣସି ନୂଆ ସିନେମାର କାମ ନ କରିବାକୁ ବି ସଂଜୟ ଦତ୍ତଙ୍କୁ ତାଗିଦ୍ କରିଛନ୍ତି।