ଏହି ଅଭିନେତ୍ରୀଙ୍କ ପାଇଁ ରାତି ଅଧାରେ ରାସ୍ତା ମଝିରେ ଚିତ୍କାର କରି କାନ୍ଦିଥିଲେ ସଞ୍ଜୟ ଦତ୍ତ

ମୁମ୍ବାଇ: ବଲିଉଡ୍‌ର ମୁନ୍ନା ଭାଇଙ୍କ ବୋୟୋପିକ୍‌ ‘ସଞ୍ଜୁ’ର ଟିଜର ଆସିବା ପରେ ଦର୍ଶକଙ୍କ ମଧ୍ୟରେ ଚଳଚ୍ଚିତ୍ରକୁ ନେଇ ଉତ୍ସାହ ବଢ଼ିବାରେ ଲାଗିଛି । ସଞ୍ଜୟ ଦତ୍ତଙ୍କ ଅଭିନୟ କ୍ୟାରିୟର ଭଳି ତାଙ୍କ ବାସ୍ତବ ଜୀବନ ମଧ୍ୟ ବହୁ ରୋମାଞ୍ଚକର। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ତାଙ୍କର ୩୦୮ ଜଣ ଗର୍ଲଫ୍ରେଣ୍ଡ ରହିଥିଲେ । ତେବେ ଏତେ ସଂଖ୍ୟକ ପ୍ରେମିକାଙ୍କ ମଧ୍ୟରୁ ସଞ୍ଜୁ ବାବା ଜଣଙ୍କୁ ହିଁ ନିଜଠାରୁ ଅଧିକ ଭଲ ପାଇଥିଲେ । ତାଙ୍କ ପାଇଁ ସେ ରାତି ଅଧାରେ ରାସ୍ତା ମଝିରେ ଚିତ୍କାର ଛାଡ଼ି କାନ୍ଦିଥିଲେ । ଆସନ୍ତୁ ଜାଣିବା କିଏ ଥିଲେ ସେହି ପ୍ରେମିକା।

hqdefault

ସଞ୍ଜୟ ଦତ୍ତଙ୍କ ପ୍ରଥମ ଚଳଚ୍ଚିତ୍ର ‘ରକି’ର ଅଭିନେତ୍ରୀ ତଥା ତାଙ୍କର ପ୍ରଥମ ପ୍ରେମିକା ଥିଲେ ଟିନା ମୁନିମ୍‌ । ଟିନା ତାଙ୍କ ପିଲା ବେଳର ସାଙ୍ଗ ହେବା ସହ ସଞ୍ଜୁଙ୍କ ସହିତ ସବୁ ସମୟରେ ରହିଆସିଥିଲେ । ଦୁହିଁଙ୍କ ମଧ୍ୟରେ ବଢ଼ୁଥିବା ସଂପର୍କକୁ ଦେଖି ସୁନୀଲ ଦତ୍ତ ଦୁହିଁଙ୍କୁ ନେଇ ‘ରକି’ ନିର୍ମାଣ କରିଥିଲେ । ଚଳଚ୍ଚିତ୍ରଟି ବକ୍ସଅଫିସ୍‌ରେ ମଧ୍ୟ ଭଲ ବ୍ୟବସାୟ କରିଥିଲା । ବୟସ ବଢ଼ିବା ସହ ସଞ୍ଜୟ ଦତ୍ତଙ୍କ ନିଶା ଗ୍ରହଣ ଅଭ୍ୟାସ ବଢ଼ିବାରେ ଲାଗିଥିଲା । ଏହାକୁ ଟିନା ଅନେକ ଥର ବିରୋଧ କରିବା ପରେ ମଧ୍ୟ ସେ ତାଙ୍କ ଅଭ୍ୟାସରେ ପରିବର୍ତ୍ତନ କରିନଥିଲେ । ଯାହା ଫଳରେ ଉପାୟଶୂନ୍ୟ ହୋଇ ଟିନା ଏହି ସଂପର୍କକୁ ଭାଙ୍ଗିବାକୁ ନିର୍ଣ୍ଣୟ ନେଇଥିଲେ ।

goodtimes.com.pk

ଟିନାଙ୍କ ଏହି ନିର୍ଣ୍ଣୟକୁ ଗ୍ରହଣ କରି ପାରିନଥିଲେ ସଞ୍ଜୟ ଦତ୍ତ। ସେ ଦୈନିକ ମଦ୍ୟପାନ କରିବା ସହ ଡ୍ରଗ୍‌ ନେବା ଆରମ୍ଭ କଲେ । ସବୁଠାରୁ ସ୍ମରଣୀୟ ଥିଲା, ୧୯୮୭ ମସିହାର ମେ ୨୨ ତାରିଖ । ସଞ୍ଜୁ ନିଜ ଯନ୍ତ୍ରଣାର କୋହକୁ ଆଉ ସମ୍ଭାଳି ପାରି ନଥିଲେ । ଯାହା ଫଳରେ ସେ ତାଙ୍କର ପାଲି ହିଲ୍‌ ସ୍ଥିତ ଘର ବାହାରେ ୨୨ବୋର ରାଇଫଲ୍‌ରେ ଗୁଳି ଚାଳନା କରିଥିଲେ । ଗୁଳି ଚାଳନା ଶବ୍ଦ ଶୁଣି ପାଖ ପଡ଼ୋଶୀ ବାହାରି ଆସିଥିଲେ ।

Down To Earth

ଉପସ୍ଥିତ ପ୍ରତ୍ୟେକ୍ଷଦର୍ଶୀଙ୍କ ଅନୁଯାୟୀ ସେହି ସମୟରେ ସଞ୍ଜୁଙ୍କ ଶରୀରରୁ ରକ୍ତ ବାହାରୁଥିବା ବେଳେ କାହିଁକି ସମସ୍ତେ ମତେ ଡ଼ରୁଛନ୍ତି ବୋଲି ଚିତ୍କାର କରି କହୁଥିଲେ। ମୁଁ ଡ୍ରଗ୍‌ ନେବା ବନ୍ଦ କରିଦେଇଛି ଦୟାକରି ତାକୁ ମୋ ପାଖକୁ ଆଣି ଦିଅ। ମୁଁ ତା ବିନା ବଞ୍ଚିବା ଭାବି ପାରିବିନି । ମୁଁ ତାକୁ ବହୁତ ଭଲ ପାଏ ବୋଲି କହିଥିଲେ ସଞ୍ଜୟ ଦତ୍ତ। ଏହି ସମୟରେ କିଛି ଉପାୟ ନ ପାଇ ସେଠାରେ ଉପସ୍ଥିତ ଥିବା ପଡ଼ୋଶୀ ପୁଲିସକୁ ଫୋନ କରିଥିବା ବେଳେ ସଞ୍ଜୁଙ୍କୁ ତାଙ୍କର ଜଣେ ବନ୍ଧୁ ଆସି ସେହି ସ୍ଥାନରୁ ନେଇଥିଲେ।

ସମ୍ବନ୍ଧିତ ଖବର