ପ୍ରେମିକଙ୍କ ହଠାତ ମୃତ୍ୟୁ ହେବା ପରେ ଭାବବିହ୍ଵଳ କଲା ଭଳି ପୋଷ୍ଟ ଲେଖିଲେ ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶଲା

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶଲା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ କରିଥିବା ଏକ ଭାବବିହ୍ଵଳ ପୋଷ୍ଟ ପାଇଁ  ଏବେ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କର ଇଟାଲିଆନ ପ୍ରେମିକଙ୍କ ହଠାତ ନିଧନ ହୋଇଯିବା ପରେ ସେ ଭାଙ୍ଗିଯିବା ସହ ତାଙ୍କୁ ମନେ ପକାଇ ଇନ୍‌ଷ୍ଟାରେ ପୋଷ୍ଟ କରିଛନ୍ତି । ମଙ୍ଗଳବାର ତାଙ୍କ ପ୍ରେମିକଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି ।

aajtak.intoday.in

ପ୍ରେମିକଙ୍କ ସହ ଫଟୋ ସେୟାର କରି ତ୍ରିଶଲା ଲେଖିଛନ୍ତି, ମୋ ହୃଦୟ ଭାଙ୍ଗି ଯାଇଛି । ଧନ୍ୟବାଦ ମୋତେ ଏବେ ଭଲ ପାଇବା ଦେବା ପାଇଁ, ମୋର ସୁରକ୍ଷା ଏବଂ ଯତ୍ନ ନେବା ପାଇଁ । ତୁମେ ମୋତେ ଦୁନିଆର ସବୁ ଖୁସି ଦେବା ସହ ଖୁସିରେ ରହିବା ଶିଖାଇଥିଲା । ତୁମେ ମୋ ଭିତରେ ସବୁଦିନ ପାଇଁ ବଞ୍ଚି ରହିବ । ମୁଁ ତୁମକୁ ଭଲ ପାଉଛି । ଆମେ ଦ୍ୱିତୀୟ ଥର ନ ଦେଖା ହେବା ପର୍ଯ୍ୟନ୍ତ ମୁଁ ତୁମକୁ ସବୁବେଳେ ମନେ ପକାଉଥିବି ବୋଲି ଲେଖିଥିଲେ । ତେବେ ତ୍ରିଶଲାଙ୍କ ପ୍ରେମିକଙ୍କ ମୃତ୍ୟୁ ପଛର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ସମ୍ବନ୍ଧିତ ଖବର