ଫିଲ୍ମ ‘ବର୍ଫି’କୁ ନେଇ ରଣବୀରଙ୍କୁ ସମସ୍ତଙ୍କ ଆଗରେ ଥଟ୍ଟା କରିଥିଲେ ସଞ୍ଜୟ ଦତ୍ତ, ‘ସଞ୍ଜୁ’ ରିଲିଜ୍‌ ହେବା ପରେ କଲେ ପଶ୍ଚାତାପ

ମୁମ୍ବାଇ: ୨୦୧୮ର ସବୁଠାରୁ ବଡ଼ ହିଟ୍‌ ଫିଲ୍ମ ମଧ୍ୟରେ ରହିଥିଲା ଫିଲ୍ମ ‘ସଞ୍ଜୁ’ । ଅଭିନେତା ସଞ୍ଜୟ ଦତ୍ତଙ୍କ ଜୀବନୀକୁ ନେଇ ଫିଲ୍ମଟି ତିଆରି କରାଯାଇଥିବା ବେଳେ ଏହା ବକ୍ସ ଅଫିସରେ ୫୮୬କୋଟିର ବ୍ୟବସାୟ କରିଥିଲା । ଫିଲ୍ମରେ ସଞ୍ଜୟ ଦତ୍ତଙ୍କ ଭୂମିକାରେ ନଜର ଆସିଥିଲେ ଅଭିନେତା ରଣବୀର କପୁର । ତାଙ୍କ ଅଭିନୟ ସମସ୍ତଙ୍କୁ ପସନ୍ଦ ଆସିଥିବା ବେଳେ ସଞ୍ଜୟ ଦତ୍ତ ରଣବୀରଙ୍କୁ ନିଜ ଚରିତ୍ରରେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ପ୍ରଥମ ଥର ପାଇଁ ସେ ରଣବୀରଙ୍କ ଅଭିନୟ ଦକ୍ଷତାକୁ ପ୍ରଶଂସା କରିବା ସହ ଅତୀତରେ କରିଥିବା ଭୁଲ ପାଇଁ ପଶ୍ଚାତାପ କରିଥିଲେ ।

The Indian Express

ସୂଚନା ମୁତାବକ, ରଣବୀର ନିଜ ବନ୍ଧୁମାନଙ୍କ ସହ ପାର୍ଟି କରିବାକୁ ଯାଇଥିବା ବେଳେ ସେଠାରେ ସଞ୍ଜୟ ଦତ୍ତ ଉପସ୍ଥିତ ଥିଲେ । ରଣବୀରଙ୍କୁ ଦେଖି ସେ ତାଙ୍କ ପାଖକୁ ଯିବା ସହ ମୁଁ ତୁମକୁ ନେଇ ଫିଲ୍ମ କରିବାକୁ ଚାହୁଁଛି ବୋଲି କହିଥିଲେ । ରଣବୀର ଖୁସି ହୋଇ ହଁ ଭରିବା ପରେ ମୁଁ ତୁମ ଫିଲ୍ମ ‘ବର୍ଫି’ ଦେଖିଛି । ଏବେ ଏକ ନୂଆ ଫିଲ୍ମ ତିଆରି କରିବା, ଯାହାର ନାଁ ରଖିବା ଲଡ଼ୁ । ତା’ ପରେ ଜଲେବି, ପରେ ଫିଲ୍ମ ପେଡ଼ା ତିଆରି କରିବା । ତୋ ଫିଲ୍ମ ଦେଖିଛି ମୁଁ ଟିଭିରେ । ମୁଁ ଜାଣି ପାରୁନି ତୋତେ କ’ଣ ପାଇଁ ସଞ୍ଜୁ ପାଇଁ କାଷ୍ଟ କରୁଛନ୍ତି, ବୋଲି ରଣବୀରଙ୍କୁ କହିଥିଲେ ସଞ୍ଜୟ ଦତ୍ତ । କିନ୍ତୁ କୌଣସି ପ୍ରତିକ୍ରିୟା ନ ରଖି ଶାନ୍ତିରେ ଶୁଣି ଚାଲିଥିଲେ ରଣବୀର । ପରେ ଯେତେବେଳେ ରଣବୀରଙ୍କୁ ନିଜ ଭୂମିକାରେ ପରଦା ଉପରେ ଦେଖିଥିଲେ, ସଞ୍ଜୟ ଦତ୍ତ ରଣବୀରଙ୍କୁ ପ୍ରଶଂସା କରିବା ସହ ନିଜ ଭୁଳ ପାଇଁ ପଶ୍ଚାତାପ କରିଥିଲେ ।

ସମ୍ବନ୍ଧିତ ଖବର