ଫଟୋଗ୍ରାଫରମାନଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କଲେ ସଂଜୟ ଦତ୍ତ

ମୁମ୍ବାଇ:  ଦିଓ୍ଵାଲି ଅବସରରେ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଖୁବ୍‌ ମସ୍ତି ମୁଡ୍‌ରେ ଥାଆନ୍ତି। ସେମାନେ ବି ଘରେ ଦିଓ୍ଵାଲି ଖୁବ୍‌ ଧୁମ୍‌ଧାମ୍‌ରେ ସେଲିବ୍ରେଟ୍‌ କରିଥାନ୍ତି। ବଲିଉଡର ଜଣାଶୁଣା ଅଭିନେତା ସଂଜୟ ଦତ୍ତ ନିଜ ଘରେ ବି ଦିଓ୍ଵାଲି ପାର୍ଟି ରଖିଥିଲେ। ଏଥିରେ କେବଳ ନିଜର ଅନ୍ତରଙ୍ଗ ବନ୍ଧୁମାନେ ଯୋଗ ଦେଇଥିଲେ।

ସଂଜୟ ଦତ୍ତ,ପତ୍ନୀ ମାନ୍ୟତା,ପୁଅ ଶହରାନ୍‌ ଓ ଝିଅ ଇକରାଙ୍କ ସହ ଦିଓ୍ଵାଲି ମନାଉଥିଲେ। ସେହି ସମୟରେ ଫଟୋଗ୍ରାଫରମାନେ ସେଠାରେ ପହଞ୍ଚିଥିଲେ। ସମସ୍ତ ମିଡ଼ିଆ ଲୋକଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ। ଶହରାନ୍‌ ସବୁ ଫଟୋଗ୍ରାଫର୍‌ଙ୍କୁ ଖାଇଛନ୍ତି କି ନାହିଁ ବୋଲି ପଚାରିଥିଲେ।

କିଛି ସମୟ ପରେ ସଂଜୟଙ୍କ ଅତିଥିଙ୍କର ଆସିବା ଆରମ୍ଭ ହୋଇଗଲା। ସଂଜୟ ଦତ୍ତ ଜଣକ ପରେ ଜଣଙ୍କୁ ଘରୁ ବାହାରିବାବେଳେ ଗେଟ୍‌ ଯାଏଁ ଯାଉଥିଲେ। ସେହି ସମୟରେ ଫଟୋଗ୍ରାଫରମାନେ ତାଙ୍କର ଫଟୋ ଉଠାଉଥିଲେ। ଏଥିରେ ରାଗିଗଲେ ସଂଜୟ। ସେ ଫଟୋଗ୍ରାଫରମାନଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିବାର ଅଭିଯୋଗ ହୋଇଛି। ତା’ପରେ ଫଟୋଗ୍ରାଫରମାନେ ସେହି ସ୍ଥାନ ଛାଡ଼ି ଚାଲିଯାଇଥିଲେ।

ସମ୍ବନ୍ଧିତ ଖବର