୩୯ତମ ଶ୍ରାଦ୍ଧବାର୍ଷିକୀରେ ମାଆ ନର୍ଗିସଙ୍କୁ ମନେପକାଇ ଇନ୍‌ଷ୍ଟା ପୋଷ୍ଟ୍‌ କଲେ ସଞ୍ଜୟ

ନୂଆଦିଲ୍ଲୀ: ମାଆ ନର୍ଗିସ୍‌ ଦତ୍ତଙ୍କର ୩୯ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କର ସହ ନିଜ ଏକ ଫଟୋ ସେୟାର୍‌ କରି ଭାବପ୍ରବଣ ହୋଇ ପଡ଼ିଛନ୍ତି ବଲିଉଡ୍ ତାରକା‌ ସଞ୍ଜୟ ଦତ୍ତ। ସଞ୍ଜୟ ମାଆ ନର୍ଗିସଙ୍କ ସହ ତାଙ୍କର ଏକ ଫଟୋକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର୍‌ କରି ତାଙ୍କୁ ମନେ ପକାଇଛନ୍ତି।

ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଭାବନାକୁ ସେୟାର୍‌ କରି ୬୦ ବର୍ଷିଅ ଏହି ତାରକା ଲେଖିଛନ୍ତି, ‘ତୁମେ ଅ‌ାମକୁ ଛାଡ଼ି ଯିବାର ୩୯ ବର୍ଷ ହୋଇ ଗଲାଣି। ମାତ୍ର ମୁଁ ଜାଣେ ଯେ ତୁମେ ସବୁବେଳେ ମୋ ପାଖରେ ଅଛ। କାସ୍‌ ତୁମେ ମୋ ପାଖରେ ଆଜି ଆଉ ସବୁଦିନ ରହିପାରିଥାନ୍ତ। ତୁମକୁ ଖୁବ୍ ଭଲପାଏ ଓ ସବୁ‌ଦିନ ଝୁରି ହଉଛି ମମ୍‌।’

ANI

ଏହି ଫଟୋଟିକୁ ସଞ୍ଜୟ ଦତ୍ତ ପୋଷ୍ଟ୍‌ କରିବାର ୫୦ ମିନିଟ୍‌ ଭିତରେ ୧ ଲକ୍ଷ ଲାଇକ୍‌ ମିଳି ସାରିଲାଣି। ସଞ୍ଜୁଙ୍କ ସେଲିବ୍ରେଟି ଫଲୋୟର୍ସମାନେ ମଧ୍ୟ ବହୁ ମାତ୍ରାରେ ଫଟୋଟିକୁ ପସନ୍ଦ କରିବା ସହ ସେଥିରେ କମେଣ୍ଟ ଦେଇଛନ୍ତି। ସଞ୍ଜୟଙ୍କ ପତ୍ନୀ ମାନ୍ୟତା ଫଟୋଟିରେ ଦୁଇଟି ହାର୍ଟ ଇମୋଜି ଦେଇଛନ୍ତି।

ଆପଣ ଜାଣିଥିବେ ନିଶ୍ଚୟ ଯେ ନର୍ଗିସ ୪୦ରୁ ୬୦ ଦଶକର  ଜଣେ ଜଣାଶୁଣା ଅଭିନେତ୍ରୀ ଥିଲେ। ୧୯୫୭ ମସିହାର ଫିଲ୍ମ ‘ମଦର ଇଣ୍ଡିଆ’.ରେ ଅଭିନୟ ପାଇଁ ତାଙ୍କୁ ବହୁ ଲୋକପ୍ରିୟତା ମିଳିଥିଲା । ‌ସେ ସର୍ବମୋଟ୍‌ ୫୧ଟି ଚଳଚ୍ଚିତ୍ରରେ ନଜର ଆସିଛନ୍ତି।

ସମ୍ବନ୍ଧିତ ଖବର