ଏହି ବ୍ରହ୍ମାଣ୍ଡ ସୁନ୍ଦରୀଙ୍କ ସହ ପ୍ରେମ ସଂପର୍କ ରଖିଥିଲେ ସଂଜୁ ବାବା!

0 1,740

ମୁମ୍ବାଇ: ବଲିଉଡ଼୍‍ର ସଂଜୁ ବାବା ଓରଫ୍‌ ସଂଜୟ ଦତ୍ତ ତିନି ଥର ବିବାହ କରିଛନ୍ତି। ସେ ପ୍ରଥମେ ଅଭିନେତ୍ରୀ ରିଚା ଶର୍ମା,ତାପରେ ମଡ଼େଲ୍‌ ରୀୟା ପିଲ୍ଲାଇଙ୍କୁ ବିବାହ କରିଥିଲେ । ଏବେ ଅଭିନେତ୍ରୀ ମାନ୍ୟତାଙ୍କ ସହିତ ବିବାହିତ ଜୀବନ ବିତାଉଛନ୍ତି ସେ।
ସଂଜୟ ଦତ୍ତଙ୍କର ଜଣେ ବ୍ରହ୍ମାଣ୍ଡ ସୁନ୍ଦରୀଙ୍କ ସହ ଥିବା ଆଫେଆର୍‌ ଖୁବ୍‌ ଚର୍ଚ୍ଚାର ବିଷୟ ହୋଇଥିଲା। ସଂଜୁବାବା ଯେଉଁ ବ୍ରହ୍ମାଣ୍ଡ ସୁନ୍ଦରୀଙ୍କ ସହିତ ପ୍ରେମ ସଂପର୍କ ରଖିଥିଲେ,ସେ ହେଲେ ସୁସ୍ମିତା ସେନ୍‌।
ସଂଜୟ ଦତ୍ତ ଓ ସୁସ୍ମିତା ସେନଙ୍କର ସାକ୍ଷାତ ପ୍ରଥମେ ଏକ ଷ୍ଟେଜ୍‌ ସୋ’ରେ ହୋଇଥିଲା। ପ୍ରଥମ ଦେଖାରେ ହିଁ ସଂଜୟ ସୁସ୍ମିତାଙ୍କ ଆଡ଼କୁ ଆକର୍ଷିତ ହୋଇଥିଲେ। ଦୁଇ ତିନି ଥର ସାକ୍ଷାତ ପରେ ଦୁହେଁ ପରସ୍ପରର ନିକଟତର ହୋଇଥିଲେ।
ଖାଲି ସେତିକି ନୁହେଁ,ସଂଜୟ ଦତ୍ତ ଓ ସୁସ୍ମିତା ସେନ୍‌ ହୋଟେଲ୍‌ରେ ବି ଏକାଠି ରହୁଥିଲେ। ସଂଜୁ ବାବା ରିୟା ପିଲ୍ଲାଇଙ୍କୁ ବିବାହ କରିଥିଲେ।ଏଣୁ ପତ୍ନୀଙ୍କ ନଜରରୁ ଦୂରେଇ ରହି ସୁସ୍ମିତା ସେନ୍‌ଙ୍କ ସହିତ ମିଳାମିଶା କରୁଥିଲେ। ଅଧିକାଂଶ ସମୟରେ ଏ ଦୁଇ କଳାକାର ବିଦେଶରେ ସମୟ କାଟୁଥିଲେ।
ଥରେ ସଂଜୟ ଦତ୍ତ ଓ ସୁସ୍ମିତା ସେନ୍‌ ନିଉୟର୍କରେ ଏକ ହୋଟେଲ୍‌ରେ ଥାଆନ୍ତି। ସେହି ସମୟରେ ଜଣେ ସାମ୍ବାଦିକ ସୁସ୍ମିତାଙ୍କ ସାକ୍ଷାତକାର ଲାଗି ହୋଟେଲରେ ପହଞ୍ଚିଥିଲେ।


ସୁସ୍ମିତା ସେନ୍‌ ଓ ସଂଜୟ ଦତ୍ତ ପରସ୍ପରର ହାତ ଧରି ସାକ୍ଷାତକାର ଦେବାକୁ ଆସିଲେ। ଏହା ଦେଖି ସାମ୍ବାଦିକ ଜଣକ ଉଭୟଙ୍କର ଚିତ୍ରତ୍ତୋଳନ କରିଥିଲେ। ଏହାକୁ ସଂଜୁ ବାବା ବିରୋଧ କରିଥିଲେ ଓ ସାମ୍ବାଦିକଙ୍କୁ ମାଡ଼ ମାରିଥିଲେ। ଖାଲି ସେତିକି ନୁହେଁ ସାମ୍ବାଦିକଙ୍କ କ୍ୟାମେରା ଭାଙ୍ଗି ଦେଇଥିଲେ। ତା’ ପର ଦିନ ସକାଳେ ଖବର କାଗଜରେ ସଂଜୟ ଓ ସୁସ୍ମିତାଙ୍କ ଫଟୋ ଓ ଗତ କାଲିର ସବୁ ଘଟଣା ପ୍ରକାଶିତ ହେଲା। ଏହାପରେ ରିୟା ଉକ୍ତ ହୋଟେଲ୍‌କୁ ଯାଇ ସଂଜୟ ଓ ସୁସ୍ମିତାଙ୍କୁ ଧରିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.