ଅନନ୍ୟା ପାଣ୍ଡେଙ୍କ ଫଟୋରେ ଏଭଳି ପ୍ରତିକ୍ରିୟା ଦେଇ ବିବାଦରେ ସଞ୍ଜୟ କପୁର

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଏକ କଳା ରଙ୍ଗର ପୋଷାକ ପିନ୍ଧି ନିଜ ଇନ୍‌ଷ୍ଟାରେ ବୁମେରାଙ୍ଗ ଭିଡିଓ ସେୟାର କରିଥିଲେ । ଅନନ୍ୟାଙ୍କ ଏହି ଭିଡିଓକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିବା ବେଳେ ତାଙ୍କ ପୋଷାକ ସମସ୍ତଙ୍କୁ ପସନ୍ଦ ଆସିଥିଲା । ପ୍ରଶଂସକମାନେ ଅନନ୍ୟାଙ୍କ ଏହି ଭିଡିଓର ପ୍ରଶଂସା କରୁଥିବା ବେଳେ ଅଭିନେତା ସଞ୍ଜୟ କପୁର ଦେଇଥିବା ପ୍ରତିକ୍ରିୟା, ତାଙ୍କୁ ବିବାଦରେ ଛନ୍ଦିଛି ।

ଅନନ୍ୟାଙ୍କ ଏହି ଭିଡିଓରେ ସଞ୍ଜୟ କପୁର ପ୍ରତିକ୍ରିୟା ଦେଇ ଲେଖିଛନ୍ତି କି, ଅନନ୍ୟା କପୁର ଏ ପୋଷାକ ଖସିପାରେ, ସାବଧାନ ରୁହ । ସଞ୍ଜୟ ଏଭଳି ଲେଖିବା ପରେ ତାଙ୍କ ପ୍ରତିକ୍ରିୟାକୁ ଲୋକେ ପସନ୍ଦ ନ କରିବା ସହ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ । ସଞ୍ଜୟ ଅନନ୍ୟାଙ୍କ ଭଲ ବନ୍ଧୁ ଶନାୟାଙ୍କ ବାପା ହୋଇଥିବା ବେଳେ ତାଙ୍କର ଏଭଳି ପ୍ରତିକ୍ରିୟା ଦେବା ଉଚିତ୍‌ ନୁହେଁ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି । ପେସାଦାର ଜୀବନକୁ ଦେଖିବାକୁ ଗଲେ, ଅନନ୍ୟା ଏବେ ପତି ପତ୍ନୀ ଔର୍‌ ଓ୍ଵର ସୁଟିଂରେ ବ୍ୟସ୍ତ ଅଛନ୍ତି । ଯେଉଁଥିରେ ତାଙ୍କ ସହ ଭୂମି ପେଡ୍‌ନେକର ଓ କାର୍ତ୍ତିକ ଆର୍ଯ୍ୟନ ନଜର ଆସିବେ ।

ସମ୍ବନ୍ଧିତ ଖବର