ସୁଜୈନଙ୍କ ବାପା ସଂଜୟ ଖାନ୍‌ ଚାହାଁନ୍ତି ପୁଣି ରିତିକଙ୍କ ସହ ଏକାଠି ରହନ୍ତୁ ଝିଅ

0 1,390

ବଲିଉଡ ସୁପରଷ୍ଟାର ରିତିକ ରୋଶନ୍‌ ଓ ତାଙ୍କର ପୂର୍ବତନ ପତ୍ନୀ ସୁଜୈନ୍‌ ଖାନଙ୍କର ଡିଭୋର୍ସକୁ ଢେର ଦିନ ହୋଇଗଲାଣି। କିନ୍ତୁ ଦୁହେଁ ଦ୍ୱିତୀୟ ବିବାହ କରି ନାହାନ୍ତି। ପିଲାମାନଙ୍କ ଲାଳନପାଳନ ଲାଗି ଦୁହେଁଏକାଠି ହେଉଛନ୍ତି ଏବଂ ଅନେକ ସମୟରେ ଏକାଠି ବି ହେଉଛନ୍ତି।

ହେଲେ ସୁଜୈନଙ୍କ ପିତା ତଥା ବିଖ୍ୟାତ ଅଭିନେତା-ନିର୍ମାତା-ନିର୍ଦ୍ଦେଶକ ସଂଜୟ ଖାନ୍‌ ଚାହୁଁଛନ୍ତି କି ତାଙ୍କର ଝିଅ ଓ ରିତିକ୍‌ ପୁଣି ବିବାହ କରି ସୁଖୀ ଜୀବନଯାପନ କରନ୍ତୁ। ସେ କହିଛନ୍ତି ଯେ ସୁଜୈନ ଓ ରିତିକଙ୍କ ମଧ୍ୟରେ ଛାଡ଼ପତ୍ର ହେବା ପରେ ମଧ୍ୟ ଉଭୟ ପରିବାର ମଧ୍ୟ ଥିବା ବନ୍ଧୁତାରେ କିଛି ଫରକ ପଡ଼ିନାହିଁ।

ସଂଜୟ ଖାନ୍‌ କହିଛନ୍ତି ଯେ ସେ କେବେ ହେଲେ ଝିଅ ସୁଜୈନାଙ୍କୁ ପ୍ରଶ୍ନ କରି ନାହାନ୍ତି ଯେ କାହିଁକି ଡିଭୋର୍ସ ହେଲା? ଠିକ୍‌ ସେହିପରି ଯେତେବେଳେ ଲୋକେ ତାଙ୍କୁ ରିତିକ୍‌ ଆଉ ତାଙ୍କର ଜାମାତା ନୁହଁନ୍ତି ବୋଲି ପରିହାସ କରନ୍ତି, ସେତେବେଳେ ସେ କହନ୍ତି ଯେ ରିତିକ୍‌ ତାଙ୍କର ଜ୍ୱାଇଁ ନ ହେଲେ ତାଙ୍କ ଦୁଇ ନାତିଙ୍କର ପିତା।

ଏବେ ଦେଖିବା କଥା ସଂଜୟ ଖାନ୍‌ଙ୍କ ମନୋଭାବ ଜାଣିବା ପରେ ରିତିକ ଓ ସୁଜୈନ୍‌ ଏକାଠି ହେଉଛନ୍ତି କି ନା!

ସମ୍ବନ୍ଧିତ ଖବର

Leave A Reply

Your email address will not be published.