ଜାଣନ୍ତୁ କେତେ କୋଟି ନେଇ ସଞ୍ଜୟ ତାଙ୍କ ଜୀବନୀକୁ ନେଇ ‘ସଞ୍ଜୁ’ ସିନେମା ନିର୍ମାଣ ପାଇଁ ଦେଇଥିଲେ ଅନୁମତି

ମୁମ୍ବାଇ : ବଲିଉଉ୍‌ ମୁନ୍ନା ଭାଇ ଅଭିନେତା ସଞ୍ଜୟ ଦତ୍ତଙ୍କ ଜୀବନୀକୁ ନେଇ ଫିଲ୍ମ ‘ସଞ୍ଜୁ’ ନିର୍ମାଣ କରାଯାଇଥିବା ବେଳେ ଜୁନ୍‌ ୨୬ରେ ରିଲିଜ ପରେ ଏହି ଫିଲ୍ମକୁ ସମସ୍ତଙ୍କ ଭଲ ପାଇବା ମିଳିଛି । ବକ୍ସ ଅଫିସରେ ଫିଲ୍ମଟି ଏଯାବତ୍‌ ୨୩୦କୋଟି ଟଙ୍କା ବ୍ୟବସାୟ କରି ସବୁ ରେକର୍ଡ଼ ଭାଙ୍ଗିବା ପରେ ନୂଆ ବାଦଶାହା ବନିଛନ୍ତି ସଞ୍ଜୟ ଦତ୍ତଙ୍କ ଭୂମିକାରେ ନଜର ଆସିଥିବା ଅଭିନେତା ରଣବୀର କପୁର । ତେବେ ନିଜ ଜୀବନୀକୁ ନେଇ ସିନେମା କରିବା ପାଇଁ ସଞ୍ଜୟ ବି ମୋଟା ଅଙ୍କର ପାହୁଣା ନେଇଥିବା ଶୁଣିବାକୁ ମିଳିଛି।

ଏକ ପ୍ରକାଶିତ ଖବର ମୁତାବକ, ସଞ୍ଜୟ ‘ସଞ୍ଜୁ’ ସିନେମା ପାଇଁ ୯ରୁ ୧୦କୋଟି ଟଙ୍କା ଓ ସିନେମା ସଫଳତାର କିଛି ଅଂଶ ସେ ନେଇଛନ୍ତି। ସଞ୍ଜୟଙ୍କ ବାୟୋପିକ୍‌ ପ୍ରସଙ୍ଗରେ କଥା ହୋଇ ସିନେମା ନିର୍ଦ୍ଦେଶକ ରାଜକୁମାର ହିରାନି କହିଛନ୍ତି, ଆମେ ଭଲ କାହାଣୀ ଖୋଜି ଥାଉ। ଭଲ କାହାଣୀ ପାଇଗଲେ ଆମେ ତାକୁ ସିନେମା ବନାଇ ଦେଇ ଥାଉ।

ସିନେମରେ ରଣବୀର ସଞ୍ଜୟ ଦତ୍ତଙ୍କ ଭୂମିକାରେ ନଜର ଆସିଥିବା ବେଳେ ତାଙ୍କ ସହିତ ପରେଶ ରାଓ୍ଵଲ, ବିକ୍କି କୌସଲ, ଜିମ ସରଭ, ମନିଷା କୋଇରାଲା, ଦିୟା ମିର୍ଜ୍ଜା, ଅନୁଷ୍କା ଶର୍ମା ଓ ସୋନମ କପୁରଙ୍କ ଅଭିନୟ ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର