ସଂପର୍କରେ ଫାଟ: ପରସ୍ପରଠାରୁ ଅଲଗା ରହୁଛନ୍ତି ଅନେକଙ୍କ ପାଇଁ ଆଦର୍ଶ ଦମ୍ପତ୍ତି ପାଲଟିଥିବା ସଂଜିଦା-ଆମୀର, ହୋଇପାରେ ଛାଡ଼ପତ୍ର

ମୁମ୍ବାଇ: ଅଭିନେତା ଆମୀର ଅଲ୍ଲୀ ଓ ଅଭିନେତ୍ରୀ ସଂଜିଦା ଶେଖଙ୍କ ଯୋଡ଼ିକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ। ଦୁହିଁଙ୍କର ପରସ୍ପର ପ୍ରତି ଥିବା ଭଲପାଇବା ଓ ସମ୍ମାନ ଅନେକଙ୍କୁ ପ୍ରେରଣା ଦେଇଥାଏ। ଦୁହେଁ ଅନେକଙ୍କ ପାଇଁ ଆଦର୍ଶ ଦମ୍ପତି ପାଲଟିଥିବା ବେଳେ ଏବେ ସେମାନଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁସାରେ, ଏବେ ଦୁହେଁ ପରସ୍ପରଠାରୁ ଅଲଗା ରହିବା ଆରମ୍ଭ କରିଛନ୍ତି।

ତେବେ ଏଭଳି ଅଲଗା ରହିବା ପଛର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ଆମୀର ଅଲ୍ଲୀ ଓ ସଂଜିଦା ଶେଖଙ୍କଙ୍କ ପ୍ରଶଂସକଙ୍କୁ ଖବରଟି ଶକ୍ତ ଝଟକା ଦେଇଛି। ପ୍ରକାଶିତ ରିପୋର୍ଟ ମୁତାବକ, କିଛି ଦିନ ତଳେ ଦୁହିଁଙ୍କ ମଧ୍ୟରେ କୌଣସି ବିଷୟକୁ ନେଇ କଥା କଟାକଟି ହୋଇଥିଲା। ଏହା ପରେ ସଂଜିଦା ଅଲଗା ରହିବା ଆରମ୍ଭ କରିଥିଲେ। ଏ ପର୍ଯ୍ୟନ୍ତ ଦୁହିଁଙ୍କ ମଧ୍ୟରେ କିଛି ଠିକ୍ ନ ହୋଇଥିବାରୁ ଖୁବଶୀଘ୍ର ଦୁହେଁ ପରସ୍ପରକୁ ଛାଡ଼ପତ୍ର ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

टूटने की कगार पर आमिर-संजीदा की शादी, एक दूसरे से अलग रह रहा है ये कपल?
aajtak.intoday.in

ଏଭଳି ଚର୍ଚ୍ଚା ମଧ୍ୟରେ ଆମୀର ଅଲ୍ଲୀଙ୍କୁ ଖବର ପଛର ସତ କ’ଣ? ତାହା ପଚରାଯିବା ପରେ ସେ କହିଥିଲେ କି, ମୁଁ ଜାଣି ନାହିଁ ଆପଣ କେଉଁ ବିଷୟରେ କହୁଛନ୍ତି। ଏତିକି କହି ସେ ସେଠାରୁ ଚାଲି ଯାଇଥିଲେ। ତାଙ୍କର ଏଭଳି ପ୍ରତିକ୍ରିୟା ହେଉଥିବା ଚର୍ଚ୍ଚାକୁ ଆହୁରି ବଢ଼ାଇଛି।

ସମ୍ବନ୍ଧିତ ଖବର