ମୁମ୍ବାଇ: ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ରାଜ କୁମାର ହିରାନୀଙ୍କ ସହ କିଏ ବା କାମ କରିବାକୁ ନ ଚାହେଁ! ହେଲେ ଆପଣ ଜାଣନ୍ତି କି ବଲିଉଡର ଜଣାଶୁଣା ଅଭିନେତା ଅକ୍ଷୟ ଖାନ୍ନାଙ୍କୁ ବି ଏଭଳି ସୁଯୋଗ ମିଳିଥିଲା। ଏକଥାର ଖୁଲାସା କରିଛନ୍ତି ନିଜେ ଅକ୍ଷୟ।
Sambad is now on WhatsApp
Join and get latest news updates delivered to you via WhatsApp
ଅକ୍ଷୟ ଖାନ୍ନା କହିଛନ୍ତି ଯେ ରାଜ କୁମାର ହିରାନୀଙ୍କ ବ୍ଲକବଷ୍ଟର ମୁଭି ‘ସଂଜୁ’ରେ ସଂଜୟ ଦତ୍ତଙ୍କ ପିତା ସୁନୀଲ ଦତ୍ତଙ୍କ ଭୂମିକା ଲାଗି ତାଙ୍କୁ ଅଫର୍ ମିଳିଥିଲା।ଏହି ଭୂମିକା ଲାଗି ତାଙ୍କର ସ୍କ୍ରିନ୍ ଟେଷ୍ଟ ବି ନିଆଯାଇଥିଲା। ଅଲଗା ଅଲଗା ପ୍ରକାରର ଲୁକ୍ ଟେଷ୍ଟ ମଧ୍ୟ ନିଆଯାଇଥିଲା ଅକ୍ଷୟ ଖାନ୍ନାଙ୍କର । କିନ୍ତୁ ତାହା ସଫଳ ହୋଇ ନଥିଲା। ଫଳତଃ ‘ସଂଜୁ’ ସିନେମାରେ ଥିବା ସୁନୀଲ ଦତ୍ତଙ୍କ ଭୂମିକାଟି ତାଙ୍କ ହାତରୁ ଖସି ଯାଇଥିଲା ବୋଲି କହିଛନ୍ତି ଅକ୍ଷୟ ଖାନ୍ନା। ଏହା ତାଙ୍କ ଜୀବନର ଏକ ବଡ ଅବଶୋସ ବୋଲି ସ୍ୱୀକାର କରିଛନ୍ତି ଅକ୍ଷୟ।
ଭବିଷ୍ୟତରେ ସେ ରାଜ କୁମାର ହିରାନୀଙ୍କ ସହ କାମ କରିବାକୁ ଚାହାଁନ୍ତି ବୋଲି ମଧ୍ୟ କହିଛନ୍ତି ଅକ୍ଷୟ ଖାନ୍ନା। ରାଜ କୁମାର ହିରାନୀ ଜଣେ ଦକ୍ଷ ନିର୍ଦ୍ଦେଶକ ଓ ଭଲ ଷ୍ଟୋରି ଟେଲର୍ ବୋଲି କହନ୍ତି ଅକ୍ଷୟ ଖାନ୍ନା। ତେବେ ସେ ଦିବଙ୍ଗତ ଶ୍ରୀଦେବୀ,କାଦର ଖାନ୍,ରାଜେଶ୍ ଖାନ୍ନା ଓ ପିତା ବିନୋଦ ଖାନ୍ନାଙ୍କ ଭଳି ମହାନ କଳାକାରଙ୍କ ସହିତ କାମ କରିବାକୁ ସୌଭାଗ୍ୟ ପ୍ରାପ୍ତ କରିଥିବାରୁ ଗର୍ବ ଅନୁଭବ କରନ୍ତି ବୋଲି କହିଛନ୍ତି ଅକ୍ଷୟ ଖାନ୍ନା।