ସଲମାନ୍‌ ଖାନ୍‌, ଅକ୍ଷୟ କୁମାର, ଅଜୟ ଦେବଗନ୍‌ ଏବଂ ସୈଫ୍‌ ଅଲ୍ଲୀ ଖାନ୍‌ ଆଗରୁ କରିଥିଲେ ‘ସଂଜୁ’ର ପ୍ରମୋସନ୍‌ !

ମୁମ୍ବାଇ: ପ୍ରଖ୍ୟାତ ନିର୍ଦ୍ଦେଶକ ରାଜ କୁମାର ହିରାନୀଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ସଂଜୁ’ ବକ୍ସ ଅଫିସରେ ଭଲ ଓପନିଂ କରିଛି। ଏହି ଫିଲ୍ମ ଉଭୟ ସିନେ ସମୀକ୍ଷକ ଓ ଦର୍ଶକଙ୍କ ଦ୍ୱାରା ଆଦୃତ ହେଉଥିବା ଜଣାଯାଇଛି।
ଆଜିକାଲି ଋଷି କପୁର ନିଜ ପୁଅ ରଣବୀର କପୁରଙ୍କ ପ୍ରଶଂସା ଶୁଣି ଖୁବ୍‌ ଉତ୍ସାହିତ ହେଉଛନ୍ତି। ଏହାର କାରଣ ହେଲା ଯେ ସମସ୍ତେ ‘ସଂଜୁ’ ରେ ରଣବୀରଙ୍କ ଅଭିନୟର ପ୍ରଶଂସା କରୁଛନ୍ତି। ଋଷି କପୁର ସୋସିଆଲ୍‌ ମିଡିଆରେ ଏବେ ଏକ ଫଟୋ ସେଆର୍‌ କରିଛନ୍ତି। ସେଥିରେ ସେ ଟ୍ଵିଟ୍‌ କରି ଲେଖିଛନ୍ତି ଏହି ଫିଲ୍ମକୁ ଏହି ଚାରିଜଣ ବ୍ୟକ୍ତି ବହୁ ବର୍ଷ ଧରି ପ୍ରମୋଟ୍‌ କରିଛନ୍ତି। ଆପଣଙ୍କୁ ବି ଧନ୍ୟବାଦ।
ଏହି ଫଟୋରେ ବଲିଉଡର ଚାରି ଜଣ ସୁପରଷ୍ଟାର୍‌ ଅଛନ୍ତି। ସେମାନେ ହେଲେ ଅଜୟ ଦେବଗନ୍‌, ସୈଫ୍‌ ଅଲ୍ଲୀ ଖାନ୍‌, ସଲମାନ୍‌ ଖାନ୍‌ ଓ ଅକ୍ଷୟ କୁମାର। ଏମାନଙ୍କ ମଧ୍ୟରୁ ଶେଷ ତିନିଜଣଙ୍କ ହାତରେ ‘ସଂଜୁ’ ଲେଖାଥିବା ପ୍ଲାକାର୍ଡ ରହିଛି।


ପ୍ରକୃତରେ ସେମାନେ ଫିଲ୍ମ ‘ସଂଜୁ’ର ପ୍ରମୋସନ୍‌ କରିନଥିଲେ। ଯେତେବେଳେ ସଂଜୟ ଦତ୍ତ ୧୯୯୩ ମୁମ୍ବାଇ ବିସ୍ଫୋରଣ ମାମଲାରେ ଛନ୍ଦି ହୋଇ ଗିରଫ ହୋଇଥିଲେ, ସେତେବେଳେ ତାଙ୍କ ସମର୍ଥନରେ ଏହି ଚାରିଜଣ ଟପ୍‌ କଳାକାର ଏଭଳି କହିଥିଲେ। ସେହି ସମୟରେ ବଲିଉଡର ବହୁ ସେଲିବ୍ରିଟି ସଂଜୟ ଦତ୍ତଙ୍କୁ ସମର୍ଥନ କରିଥିଲେ।
ପ୍ରକାରାନ୍ତରେ କହିଲେ ‘ସଂଜୁ’ର ପ୍ରମୋସନ୍‌ ଲାଗି ଏହି ପୁରୁଣା ପୋଷ୍ଟର ଏବେ କାମର ଆସିବ ବୋଲି ଋଷି କପୁର ମନେ କରୁଛନ୍ତି।

ସମ୍ବନ୍ଧିତ ଖବର