ମୋ ଏୟାରକ୍ରାଫ୍ଟ ଏବେ ୪୦ହଜାର ଫୁଟ୍‌ ଉପରେ ରହିଛି…..ଚିୟର୍ସ ରଣବୀର,ଏପରି କହି ରଣବୀରଙ୍କ ପ୍ରଶଂସା କଲେ ଋଷି କପୁର

ମୁମ୍ବାଇ : ଫିଲ୍ମ ସଞ୍ଜୁ ରିଲିଜ୍‌ ହେବା ପରେ ଏବେ ସାରା ଦେଶରେ ଫିଲ୍ମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସମସ୍ତେ ଫିଲ୍ମକୁ ଦେଖି ପ୍ରଶଂସା କରିବାକୁ ଥକୁ ନାହଁନ୍ତି । କିଛି ଲୋକ ରଣବୀରଙ୍କ ଏହି ୩ଜଣ ଖାନ୍‌ଙ୍କୁ ପଛରେ ପକାଇଛି ବୋଲି ମଧ୍ୟ କହିବା ଆରମ୍ଭ କରିଛନ୍ତି । ଫିଲ୍ମଟି ଦୁଇ ଦିନରେ ବ୍ଲକ୍‌ବଷ୍ଟର ସାବ୍ୟସ୍ତ ହୋଇ ଯାଇଥିବା ବେଳେ ପରେ ଏବେ ମଧ୍ୟ ବକ୍ସ ଅଫିସରରେ ରାଜ କରି ଚାଲିଛି ଫିଲ୍ମ ସଞ୍ଜୁ । ଅନ୍ୟ ପକ୍ଷରେ ରଣବୀରଙ୍କ ଏହି ସଫଳତା ପରେ ତାଙ୍କୁ ବକ୍ସ ଅଫିସର ନୂଆ ବାଦ୍‌ଶାହା ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି ।

ସମସ୍ତଙ୍କ ପ୍ରଶଂସା ପରେ କେବେ ବି ନିଜର ପୁଅର ପ୍ରଶଂସା କରି ନଥିବା ଋଷି କପୁର ନିଜ ପୁଅ ରଣବୀରଙ୍କୁ ପ୍ରଶଂସା କରି କିଛି କଥା ଲେଖିଛନ୍ତି । ମୋ ଏୟାରକ୍ରାଫ୍ଟ ଏବେ ୪୦ହଜାର ଫୁଟ୍‌ ଉପରେ ରହିଛି…..ଚିୟର୍ସ ରଣବୀର,ତୁମେ ଜାଣି ତୁମ ମାତା-ପିତା ତୁମର ଏହି ସଫଳତାରେ କେତେ ଖୁସି । ଧନ୍ୟବାଦ୍‌,ଭଗବାନ ତୁମର ମଙ୍ଗଳ କରନ୍ତୁ । ଏମିତି ଭଲ କାମ କରି ଚାଲ ବୋଲି ଲେଖି ଟ୍ଵିଟ୍‌ କରିଛନ୍ତି ।

ସମ୍ବନ୍ଧିତ ଖବର